Advertisment

ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ଅନାମ ନାୟକ ଓ କଂଗ୍ରେସ କର୍ମୀ

ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି

author-image
Ordigital Desk
bjp

bjp

ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକ ଓ ମୟୂରଭଞ୍ଜ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଏହି ନେତା ଓ କର୍ମୀମାନେ ବିଜେପିରେ ଯୋଗ ଦେଇଛନ୍ତି । ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଥିବାବେଳେ ମୟୂରଭଞ୍ଜର ଯୁବ ନେତା ତଥା ପିସିିସି ସଦସ୍ୟ ରାକେଶ ସିଂ ମଧ୍ୟ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ସିଂଙ୍କ ସହ ବାରିପଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପସଭାପତି ସୁଜିତ କୁମାର ବେସ୍ରା, ଯୁବ କଂଗ୍ରେସ ନେତା ବେଣୁଧର ବେହେରା, ନରେନ୍ଦ୍ର ବେହେରା, ଟୁନା ବେହେରା, ଶିବଧର ବେହେରା, ଫତେ ସୋରେନ, ନରେନ୍ଦ୍ର ସିଂ, କର୍ଜି ମୁର୍ମୁ, ଦୁଃଖିଶ୍ୟାମ ହାଂସଦା, ଯୁବ ସଂଗଠକ ଶିବଶଙ୍କର ସିଂ, ବିଜୁ କୁମାର ସିଂ, ଚଟିଆ ସିଂ, ସଚିଦାନନ୍ଦ ସିଂ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତିି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନୂଆ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ପ୍ରଦୀପ ପୁରୋହିତଙ୍କ ସମେତ ବିଜେପି ନେତା ସରୋଜ କର, ଦିଲୀପ ମଲ୍ଲିକ ଓ ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Bjp