Advertisment

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଭାଗିରଥୀ ସେଠୀ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ଆଉ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୪ରେ ତାଙ୍କ ଟିକଟ କାଟିଦେଇଥିଲା ବିଜେଡି।

author-image
Manoranjan Sial
BJD

BJD

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଆଜି ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସେଠୀ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। କିନ୍ତୁ ସେ କେଉଁ କାରଣ ପାଇଁ ଇସ୍ତଫା ଦେଇଛନ୍ତି, ତାହା ଜଣାପଡ଼ି ନାହିଁ।

Advertisment

ଭାଗିରଥୀ ସେଠୀ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ଆଉ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୪ରେ ତାଙ୍କ ଟିକଟ କାଟିଦେଇଥିଲା ବିଜେଡି। ତାଙ୍କ ସ୍ଥାନରେ ମାୟାଧର ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଯେଉଁଥିପାଇଁ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ୍‌ ହୋଇଥିଲେ। କିନ୍ତୁ ନିର୍ବାଚନ ଲଢ଼ିନଥିଲେ। ନିଜର ସଙ୍ଗଠନକୁ ସମ୍ଭାଳି ଥିଲେ।

୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ସେଠୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ତାଙ୍କର ବିଜୟ ସମ୍ଭାବନା ଅଧିକ ଥିବା ଜାଣିପାରି ବିଜେଡି ତାଙ୍କୁ ଦଳରେ ମିଶାଇବାକୁ ଖୋଲା ଅଫର ଦେଇଥିଲା। ଆଉ ତା’ପରେ ଶ୍ରୀ ସେଠୀ ବିଜେପି ଟିକେଟ ଫେରାଇ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ଏଥର ସେ ପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ହେଲେ ଦଳ ତାଙ୍କୁ ନିରାଶ କରିଥିଲା। ତାଙ୍କ ସ୍ଥାନରେ ଅଭିମନ୍ୟୁ ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ସେଥିପାଇଁ ସେ ବିଜେଡି ଛାଡ଼ିଥିବା ଚର୍ଚ୍ଚା ହେଉଛି।

Advertisment

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

BjD Kendujhar 2024 General Election