Advertisment

ବିଜେଡି ସମର୍ଥିତ ସରପଞ୍ଚଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ

ବେଲଗୁଣ୍ଠା ବ୍ଲକ୍‌ ପାଇଲିପଡ଼ା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଜୟରାମ ନାୟକ। ସେ ବିଜେଡି ସମର୍ଥିକ। ଆଜି ତାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ।

author-image
Manoranjan Sial
BJD

BJD

ବିଜେଡି ସମର୍ଥିତ ସରପଞ୍ଚଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ। ନାଏବ ସରପଞ୍ଚଙ୍କ ସମେତ ୧୪ ଜଣ ୱାର୍ଡ ମେମ୍ବର ଆଣିଛନ୍ତି ଅନାସ୍ଥା। ଦିନେ ବିଜେଡିର ଅଭେଦ୍ୟ ଗଡ଼ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଖବର। ୱାର୍ଡ ମେମ୍ୱରମାନେ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଭେଇ ଅନାସ୍ଥା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ବେଲଗୁଣ୍ଠା ବ୍ଲକ୍‌ ପାଇଲିପଡ଼ା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଜୟରାମ ନାୟକ। ସେ ବିଜେଡି ସମର୍ଥିକ। ଆଜି ତାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ନାଏବ ସରପଞ୍ଚଙ୍କ ସମେତ ୧୪ ଜଣ ୱାର୍ଡ ମେମ୍ବର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିଛନ୍ତି।

ପାଇଲିପଡ଼ା ପଞ୍ଚାୟତର ସରପଞ୍ଚ ମନରେଗା ଯୋଜନାରେ ଆସୁଥିବା ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ୱାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ବୈଠକରେ ଅଭଦ୍ର ଭାଷାରେ ଗାଳି ଦେବା ସହ ବିନା ସଂକଳ୍ପରେ ଦସ୍ତଖତ କରିବାକୁ ବାଧ୍ୟ କରୁଛନ୍ତି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି କରିଥିବା ଅଭିଯୋଗ ଦର୍ଶାଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର। ଆଜି ଜିଲ୍ଲାପରିଷଦ, ସମିତିସଭ୍ୟ ଓ ୧୩ ଜଣ ୱାର୍ଡ ମେମ୍ବରଙ୍କ ସହ ନାଏବ ସରପଞ୍ଚ ଆସି ଭଞ୍ଜନଗର ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର କରିଛନ୍ତି।

Advertisment

ପୂର୍ବରୁ ସେହି ବ୍ଲକର ଆମ୍ବପୁଆ ପଞ୍ଚାୟତର ବିଜେଡି ସମର୍ଥିତ ମହିଳା ସରପଞ୍ଚଙ୍କ ବିରୋଧରେ ଆସିଥିଲା ଅନାସ୍ଥାପ୍ରସ୍ତାବ। ବର୍ତ୍ତମାନ ଦୁଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆସିଛି। ସରକାରଙ୍କ ନିୟମାବଳୀ ପାଳନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ।

ରିପୋଟ-ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

BjD Ganjam