Advertisment

ଛିଣ୍ଡିଲା ଆସନ ଭାଗବଣ୍ଟା: ଆନ୍ଧ୍ରରେ ଏକାଠି ଲଢିବେ ବିଜେପି-ଟିଡିପି-ଜେଏସ୍‌ପି

ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବେ ୩ ଦଳ।

author-image
Debibandita Barick
ଅଦ୍ୟତନ ହୋଇଛି
BJP, TDP & JSP Leaders

BJP, TDP & JSP Leaders

ଆନ୍ଧ୍ରପ୍ରଦେଶରେ ଆସନ ଭାଗବଣ୍ଟା ଅଙ୍କ ଛିଣ୍ଡିଛି। ମିଳିତ ଭାବେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢିବେ BJP, TDP ଓ JSP। ଏନେଇ ମାନସ ମନ୍ଥନ ପରେ ୩ ଦଳ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। 

Advertisment

ଅଙ୍କ ଛିଣ୍ଡିବା ପରେ ଆନ୍ଧ୍ରର ୨୫ ଲୋକସଭା ଆସନରୁ ଟିଡିପି ୧୭, ବିଜେପି ୬ ଓ ଜନସେନା ୨ଟି ସିଟରେ ଲଢ଼ିବ। ସେହିପରି ବିଧାନସଭା ଆସନ ଭାଗବଣ୍ଟା ଅନୁସାରେ ଟିଡିପି ୧୪୪, ବିଜେପି ୧୦ ଏବଂ ଜନସେନା ପାର୍ଟି ୨୧ଟି ଆସନରେ ପ୍ରାର୍ଥୀ ଦେବ। ଖୁବଶୀଘ୍ର ଏହି ୩ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିବେ ବୋଲି କୁହାଯାଇଛି। 

ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନ ଧରି ମାନସ ମନ୍ଥନ ଚାଲିଥିଲା। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ବିଜୟୱାଡ଼ା ଗସ୍ତରେ ଥିଲେ। ରବିବାର ସେମାନେ ପୱନ କଲ୍ୟାଣଙ୍କୁ ସାକ୍ଷାତ କରିବା ପରେ ଗତକାଲି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନରେ ଭେଟିଥିଲେ।

Advertisment

ତିନି ଦଳ ମଧ୍ୟରେ ଆଲୋଚନା ପରେ ସିଟ୍ ଭାଗବଣ୍ଟା ହୋଇଛି। ଏନେଇ ୩ ଦଳ ମିଳିତ ଭାବେ ସୂଚନା ଦେଇଛନ୍ତି। ଟିଡିପି ନେତା ଚନ୍ଦ୍ରବାବୁ ନାଇଡ଼ୁ ସେଶାଲ ମିଡିଆରେ ଏକ ପୋଷ୍ଟ ଶୋଆର୍ କରିଛନ୍ତି। 

Bjp TDP Lok Sabha Polls JSP AP Polls Andhra Pradesh Election