Advertisment

ସେଲିବ୍ରେସନ ମୁଡରେ ଆନ୍ଧ୍ରପ୍ରଦେଶ, ୧୩୮ଟି ଆସନରେ ଲିଡ୍ କରୁଛି TDP

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇପାରେ ବଡ଼ ପରିବର୍ତ୍ତନ, ସତ୍ତାରୁ ଯାଇପାରେ ପୂର୍ବ ସରକାର।

author-image
Debibandita Barick
AP Voters Celebration

AP Voters Celebration

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଆଉ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗାଦିଚ୍ୟୁତ ହୋଇପାରେ ଜଗନ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି। 

Advertisment

ନିର୍ବାଚନ ଆୟୋଗଙ୍କ ସଦ୍ୟତମ ରିପୋର୍ଟ ଅନୁସାରେ, ଏଠାରେ ତୁଲୁଗ ଦେଶମ ପାର୍ଟି(TDP) ୧୩୮ଟି ଆସନରେ ଆଗେଇ ଚାଲିଥିବା ବେଳେ YSR ୧୭ ଏବଂ ଅନ୍ୟାନ୍ୟ ୨୦ଟି ଆସନରେ ଆଗରେ ଅଛନ୍ତି।

ଚଳିତ ନିର୍ବାଚନରେ ଏଠାରୁ ଟିଡିପି ଓ ଏହାର ସହଯୋଗୀ ଜେଏସପି, ବିଜେପି ସହ YSRCP ପ୍ରତିଦ୍ୱନ୍ଦ୍ୱିତା କରୁଛି। ୧୭୫ ବିଧାନସଭା ଆସନ ମଧ୍ୟରୁ ଟିଡିପି ୧୩୮ଟି ଆସନରେ ଲିଡ୍ କରୁଥିବାରୁ ଆନ୍ଧ୍ର ଫଳାଫଳକୁ ନେଇ ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି।

Advertisment

ଏକଜିଟ ପୋଲ୍ ମଧ୍ୟ ଏପରି କିଛି ସମାନ ଆକଳନ କରିଥିଲା। ଏଥର ଆନ୍ଧ୍ରପ୍ରଦେଶରେ ମେଣ୍ଟ ଦଳ ବିପଳ ବ୍ୟବଧାନରେ ବିଜୟୀ ହୋଇପାରନ୍ତି। 

୨୦୧୯ ନିର୍ବାଚନରେ YSR କଂଗ୍ରେସ ଏକାକୀ ୧୫୧ଟି ଆସନ ଜିତି ସରକାର ଗଢ଼ିଥିଲା। ଟିଡିପି ମଧ୍ୟ ଏକାକୀ ଲଢ଼ିଥିଲା। ହେଲେ ଏଥିର ବିଜେପି ନେତୃତ୍ୱାଧୀନ ଏନଡିଏରେ ଟିଡିପି ଓ ଜେଏସପି ମିଳିତ ଭାବେ ନିର୍ବାଚନ ଲଢିଛନ୍ତି। 

YSRCP TDP Election Result Andhra Pradesh Result