Advertisment

ଅନୀଲ ବିଜ ଦାବି କରିବେ ମୁଖ୍ୟମନ୍ତ୍ରୀ ପଦ, ଧର୍ମେନ୍ଦ୍ର ଦେଲେ ଏମିତି ଉତ୍ତର

ଅନୀଲ ବିଜ ବିଜେପି ଟିକେଟରେ ଅମ୍ବାଲା କ୍ୟାଣ୍ଟନମେଣ୍ଟରୁ ୬ ଥର ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

author-image
Jitendra Garnayak
Anil Vij and Dharmendra Pradhan

Anil Vij and Dharmendra Pradhan

ଯଦି ହରିଆଣାରେ ବିଜେପି ପୁଣି କ୍ଷମତାକୁ ଆସିବ, ତା’ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ଦଳର ବରିଷ୍ଠ ନେତା ଅନୀଲ ବିଜ। ସେ ଗତକାଲି ଏ କଥା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ହରିଆଣା ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନେତୃତ୍ୱରେ ଦଳ ଏଠାରେ ନିର୍ବାଚନ ଲଢୁଛି। ଦଳ ତାଙ୍କ ନେତୃତ୍ୱରେ ହରିଆଣାରେ ହ୍ୟାଟ୍ରିକ ବିଜୟ ହାସଲ କରିବ।

Advertisment

ଧର୍ମେନ୍ଦ୍ର କହିଛନ୍ତି, ଦଳର ଜଣେ କର୍ମକର୍ତ୍ତା ଭାବେ ସେ (ଅନୀଲ ବିଜ) ସେମିତି କହିପାରିବେ। କିନ୍ତୁ ନାୟବ ସିଂହ ସୈନି ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

୬ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନୀଲ ବିଜ ଗତକାଲି କହିଥିଲେ, ମୁଁ ଆଜି ପର୍ଯ୍ୟନ୍ତ ଦଳକୁ କିଛି ମାଗି ନାହିଁ। ହରିଆଣାର ବିଭିନ୍ନ ସ୍ଥାନରୁ ଲୋକେ ମୋତେ ଭେଟିବାକୁ ଆସନ୍ତି। ଲୋକେ ମୋତେ କହନ୍ତି ଯେ ମୁଁ ଦଳରେ ସମସ୍ତଙ୍କଠାରୁ ବୟସରେ ବଡ଼, ତା’ହେଲେ ମୁଁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିବି ନାହିଁ? ଲୋକଙ୍କ ଦାବି ଓ ବରିଷ୍ଠତା ଭିତ୍ତିରେ ଏଥର ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବି। ଦାବି କରିବାରେ କିଛି ବାରଣ ନାହିଁ। ମୁଁ ମୋ ଦାବି ଜଣାଇବି। ତା’ପରେ ଦଳ ଯାହା ନିଷ୍ପତ୍ତି ନେବ। ଦଳ ମୋତେ ମୁଖ୍ୟମନ୍ତ୍ରୀ କରିବ ନା ନାହିଁ, ତାହା ଦଳ ଉପରେ ନିର୍ଭର କରେ। କିନ୍ତୁ ସେମାନେ ଯଦି ମୋତେ ମୁଖ୍ୟମନ୍ତ୍ରୀ କରିବେ, ତା’ହେଲେ ମୁଁ ହରିଆଣାର ଭାଗ୍ୟ ଓ ଛବି ବଦଳାଇ ଦେବି।

Advertisment

ଅନୀଲ ବିଜ ଅମ୍ବାଲା କ୍ୟାଣ୍ଟନମେଣ୍ଟ ଆସନରୁ ୬ ଥର ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ୨୦୧୪ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ହରିଆଣାର ଗୃହମନ୍ତ୍ରୀ ମଧ୍ୟ ଥିଲେ। ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନାୟବ ସିଂହ ସୈନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅନୀଲ ବିଜଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୫ ତାରିଖରେ ଚଳିତ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ହେବ। 

Dharmendra Pradhan Haryana Assembly Polls Haryana Assembly Election Anil Vij