Advertisment

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କଲେ ଅଞ୍ଜନୀ

୨୦୧୯ରେ ଅଞ୍ଜନୀ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ।

Anjin Soren

Anjin Soren

Advertisment

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଞ୍ଜନୀ ସୋରେନ। ତା’ ସହିତ ସେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

Advertisment

ଅଞ୍ଜନୀ ସୋରେନ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନ୍‌ଙ୍କ ଝିଅ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭଉଣୀ। ସେ ଜେଏମ୍‌ଏମ୍‌ର ରାଜ୍ୟ ସଭାପତି ଅଛନ୍ତି। 

ଅଞ୍ଜନୀ ମୟୂରଭଞ୍ଜର ବୋହୂ। ୨୦୧୯ରେ ଅଞ୍ଜନୀ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ୧ ଲକ୍ଷ ୩୫ ହଜାର ୫୫୨ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।   

Advertisment

ଅଞ୍ଜନୀ ସୋରେନ୍ କହିଛନ୍ତି ଯେ ସେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ଦୁଃଖସୁଖରେ ସାଥିରେ ଅଛନ୍ତି। ଜଙ୍ଗଲ ଓ ଜମି ସହ ଆଦିବାସୀଙ୍କ ହକ୍‌ ପାଇଁ ସେ ରାଜନୀତିକୁ ଓହ୍ଲାଇ ଥିବା କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

Anjani Soren Bjp 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe