Advertisment

୬ ମାସରେ ୨୩୪ ନିର୍ବାଚନ ମଣ୍ଡଳୀ ବୁଲିଲା ବିଜେପି, ଶେଷ ଦିନରେ ସାମିଲ ହେଲେ ମୋଦି

ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସାମିଲ ହୋଇଥିଲେ। ଆନ୍ନାମଲାଇ ଏହି ପଦଯାତ୍ରାକୁ ତାଙ୍କ ଜୀବନର ସବୁଠାରୁ ବଡ଼ ଅଭିଜ୍ଞତା ଭାବେ ଅବିହିତ କରିଛନ୍ତି।

author-image
Hemant Lenka
PM Modi

PM Modi

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ତାମିଲନାଡୁରେ ଜୋରଦାର ପ୍ରଚାର କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ସହ ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଦଳ ଫୁଲଦମରେ ଲାଗି ପଡ଼ିଛି। ଏଥିପାଇଁ ବିଜେପି ୬ ମାସ ମଧ୍ୟରେ ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନରେ ପଦଯାତ୍ରା କରିଛି।

Advertisment

ଇନ ମନ୍ନ ଇନ ମକ୍କାଲ ପଦଯାତ୍ରା ବେଳର କିଛି ଦୃଶ୍ୟକୁ ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ ସୋଶାଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଛନ୍ତି। ଏହି ପଦଯାତ୍ରାକୁ ୬ ମାସ ତଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାମେଶ୍ୱରମ ଠାରୁ ଉଦଘାଟନ କରିଥିଲେ। ଏହାପରେ ଗତ ୬ ମାସ ମଧ୍ୟରେ ବିଜେପି ନେତା ଓ କର୍ମୀ ରାଜ୍ୟର ସମସ୍ତ ୨୩୪ ଆସନରେ ବୁଲି ପଦଯାତ୍ରା ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି।

ବୁଧବାର ଏହା ଶେଷ ହୋଇଛି। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସାମିଲ ହୋଇଥିଲେ। ଆନ୍ନାମଲାଇ ଏହି ପଦଯାତ୍ରାକୁ ତାଙ୍କ ଜୀବନର ସବୁଠାରୁ ବଡ଼ ଅଭିଜ୍ଞତା ଭାବେ ଅବିହିତ କରିଛନ୍ତି।

Advertisment

ପଦଯାତ୍ରାର ଶେଷ ଦିନରେ ଏହାର ଗୁରୁତ୍ୱ ଓ କେମିତି ଲୋକମାନେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନକୁ ଆହୁରି ମଜବୁତ କରିଛନ୍ତି, ସେକଥା ଆନ୍ନାମଲାଇ ସମସ୍ତଙ୍କୁ ଜଣାଇଛନ୍ତି।

ସେ କହିଛନ୍ତି, “ବିଶାଳ ଯାତ୍ରା ପରେ ଆମେ ଶେଷ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ଯାଇଛୁ। ମୁଁ ବ୍ୟକ୍ତିଗତ ମୋ ଭିତରେ କିଛି ରୂପାନ୍ତରୀକରଣ ଦେଖୁଛି। ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟର ବିଭିନ୍ନ କୋଣଅନୁକୋଣରେ ରହିଥିବା ସମର୍ଥନକୁ ଦେଖି ଗର୍ବ ଲାଗୁଛି।”

୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଐତିହାସିକ ସଫଳତା ମିଳିବ ବୋଲି ଆନ୍ନାମଲାଇ ବେଶ ଉତ୍ସାହର ସହ କହିଛନ୍ତି। ସେ କହିଛନ୍ତି ଯେ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଡ଼ ଜନାଦେଶ ମିଳିବାକୁ ଯାଉଛି। ଏକଥା ଯାତ୍ରା ବେଳେ ମଧ୍ୟ ହୃଦୟଙ୍ଗମ ହୋଇଛି।

ବିଗତ ଗୋଟିଏ ଦଶନ୍ଧି ମଧ୍ୟରେ ୧୪୦ କୋଟି ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଣ୍ଟ ମଜବୁତ ହୋଇଛି। ଏହା ଏକ ଶକ୍ତିଶାଳୀ ମେଣ୍ଟ। କ’ଣ ଆଉ କେଉଁ ମେଣ୍ଟ ମୋଦିଙ୍କ ମେଣ୍ଟର ସମକକ୍ଷ ହୋଇ ପାରିବ ବୋଲି ସେ କଟାକ୍ଷ କରି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି।

ତାମିଲନାଡୁର ତିରୁପ୍ପୁରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ତାମିଲନାଡୁ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି।

Bjp PM Modi Tamilnadu