DMK
ବିଜେପିର ତାମିଲନାଡୁ ମୁଖ୍ୟ କେ ଆନ୍ନାମଲାଇ କ୍ଷମତାସୀନ ଡିଏମକେ ଶାସନର ଅନ୍ତ କରିବା ପାଇଁ ବଡ଼ ପ୍ରତିଜ୍ଞା କରିଛନ୍ତି। ସେ ନିଜ ହୋମଟାଉନ କୋଏମ୍ବାଟୁରରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବା ବେଳେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରି ଡିଏମକେ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରୁ ଡିଏମକେ ସରକାର ବିପର୍ଯ୍ୟସ୍ତ କରି ଦେଇଥିବା ଅଭିଯୋଗ କରି ଆନ୍ନାମଲାଇ ବଡ଼ ଘୋଷଣା କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀ ବେଳେ ନିଜ ଗୋଡ଼ରୁ ଜୋତା ଖୋଲିବା ସହ ରାଜ୍ୟରୁ ଡିଏମକେ ସରକାର ନ ହଟିବା ଯାଏ ସେ ଖାଲି ପାଦରେ ରହିବେ ବୋଲି ପ୍ରତିଜ୍ଞା କରିଛନ୍ତି।
ଆନ୍ନାମଲାଇ କହିଛନ୍ତି, “ଡିଏମକେ ସରକାରକୁ ନ ଫୋପାଡ଼ିବା ଯାଏ ମୁଁ ଖାଲି ପାଦରେ ଚାଲିବି। ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଦୟା କରି ଏସବୁ ଦେଖନ୍ତୁ। ଆମେ ନିର୍ବାଚନ ଜିତିବା ପାଇଁ ଟଙ୍କା ଦେଉନାହୁଁ। ଆମେ ଟଙ୍କା ନ ବାଣ୍ଟି ନିର୍ବାଚନ ଲଢ଼ିବୁ। ଡିଏମକେ ସରକାର ରାଜ୍ୟରୁ ନ ହଟିବା ଯାଏ ମୁଁ ଚପଲ ପିନ୍ଧିବି ନାହିଁ।”
ସେ ଆହୁରି ପ୍ରତିଜ୍ଞା କରିଛନ୍ତି ଯେ ଆସନ୍ତାକାଲି ସେ କୋଏମ୍ବାଟୁରରେ ଥିବା ନିଜ ଘର ଆଗରେ ନିଜକୁ ୬ଥର ଜାବୁକ ମାରିବେ। ସମସ୍ତ ପ୍ରକାରର ଖରାପ ତତ୍ତ୍ୱକୁ ଛଡ଼ାଇବା ପାଇଁ ସେ ଏପରି କରିବେ। ଏହାବାଦ ସେ ୪୮ ଘଣ୍ଟାର ଉପବାସ କରିବେ ବୋଲି ମଧ୍ୟ କହିଛନ୍ତି।
ଆନ୍ନା ବିଶ୍ୱବିଦ୍ୟାଳୟରେ ଜଣେ ୧୯ ବର୍ଷୀୟ ଶିକ୍ଷାର୍ଥୀ ଯୌନ ଉତ୍ପୀଡ଼ନର ଶିକାରୀ ହୋଇଛନ୍ତି। ଏହାକୁ ନେଇ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ଡକା ଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପିର ଆନ୍ନାମଲାଇ ଏପରି ଘୋଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/DMK_1735222078.jpg)