Advertisment

ଚୀନ କ୍ୟାବିନେଟ୍‌ରେ ସଂକଟ, ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ବି ନିଖୋଜ!

କେଉଁଆଡ଼େ ଉଭାନ ହୋଇଯାଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କ୍ୟାବିନେଟ ମନ୍ତ୍ରୀ? ଜଣଙ୍କ ପରେ ଜଣ ମନ୍ତ୍ରୀଙ୍କର କାହିଁକି ମିଳୁନି ପତ୍ତା?

ଅଦ୍ୟତନ ହୋଇଛି
China Defense Minister

China Defense Minister

Advertisment

କେଉଁଆଡେ ଉଭାନ ହୋଇଯାଉଛନ୍ତି ସି ଜିନପିଙ୍ଗଙ୍କ କ୍ୟାବିନେଟ ମନ୍ତ୍ରୀ? ଜଣଙ୍କ ପରେ ଜଣ ମନ୍ତ୍ରୀଙ୍କର କାହିଁକି ମିଳୁନି ପତ୍ତା? ଚୀନର କ୍ୟାବିନେଟ ମନ୍ତ୍ରୀଙ୍କ ନିଖୋଜକୁ ନେଇ ଏପରି କିଛି ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଥମେ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ନିଖୋଜ ପରେ ପୂର୍ବତନ ରକେଟ୍ ଫୋର୍ସ ଜେନେରାଲ୍ ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ଶଙ୍ଗୁଫଙ୍କ ପତ୍ତା ମିଳୁନି। 

Advertisment

ଜାପାନରେ ଥିବା ଆମେରିକା ରାଷ୍ଟ୍ରଦୂତ ରହମ ଇମାନୁଏଲ ଚାଇନାରେ ରାଜନୈତିକ ଅସ୍ଥିରତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କର ଅନୁପସ୍ଥିତି ନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର୍ କରିଛନ୍ତି। ଏକ୍ସ(ପୂର୍ବର ଟ୍ୱିଟର)ରେ ରାଷ୍ଟ୍ରଦୂତ ରହମ କହିଛନ୍ତି, ଗତ ଦୁଇ ସପ୍ତାହ ହେବ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ। ପ୍ରଥମେ ବୈଦେଶିକ ମନ୍ତ୍ରୀ, ରକେଟ୍ ଫୋର୍ସ କମାଣ୍ଡର ଏବଂ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସରକାରୀ କାର୍ଯ୍ୟକ୍ରମ ତଥା ଦେଶର କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ।

Advertisment

ଏହାପରେ କିଏ ତାଙ୍କ ସ୍ଥାନରେ ନିଯୁକ୍ତ ହେବେ ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରଦୂତ ରହମ। ଚୀନର ଯୁବପିଢ଼ି ନା ଜିନପିଙ୍ଗଙ୍କ କ୍ୟାବିନେଟର କେହି ମନ୍ତ୍ରୀ ହେବେ ପଚାରିଛନ୍ତି ରହମ।

ସୂଚନା ଅନୁସାରେ, ଜୁନରେ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଦୀର୍ଘଦିନ ଧରି ତାଙ୍କର କୌଣସି ଖୋଜ ଖବର ମିଳିନଥିଲା। ଜଣେ ସାମ୍ବାଦିକାଙ୍କ ପ୍ରେମରେ ପଡ଼ି ଭୟରେ ଲୁଚିଥିବା କୁହାଯାଉଥିଲା। କାରଣ ଚୀନ୍ ସରକାରଙ୍କ ନିୟମ ଅନୁସାରେ, ଯଦି କୌଣସି ମନ୍ତ୍ରୀ ପରକୀୟା ପ୍ରୀତିରେ ରହନ୍ତି ତେବେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କୃତ ହେବାକୁ ପଡ଼େ। ଏହି ଡରରେ ସେ ନିଜକୁ ନିଜ ବନ୍ଦୀ କରିଥିବା ଚର୍ଚ୍ଚା ହେଉଥିଲା।

କିଛି ଦିନ ପରେ ୱାଙ୍ଗ ୱିଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ସି ଜିନପିଙ୍ଗ। ମାତ୍ର ଏହା ପରେ ବି କିନ୍ ଗ୍ୟାଙ୍ଗଙ୍କ କୌଣସି ପତ୍ତା ମିଳିନାହିଁ। ବର୍ତ୍ତମାନ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ ନିଖୋଜ ହୋଇଯିବା ଜିନପିଙ୍ଗଙ୍କ ରାଜନୈତିକ ଅସ୍ଥିରତାକୁ ଇଙ୍ଗିତ କରୁଛି। ଏପରି କ୍ଷେତ୍ରରେ କାହାକୁ ଜିନପିଙ୍ଗ ନୂଆ ଦାୟିତ୍ୱ ଦେବେ ତା' ଉପରେ ବି ନଜର। 

China News XI Jinping Cabinet Li Shangfu Xi Jinping China Defence Minister Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe