Advertisment

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟ୍‌କା, ଇସ୍ତଫା ଦେଲେ ଆଉ ଜଣେ ସାଂସଦ

ସେ ଓ୍ୱାଇଏସ୍‌ଆର୍‌ସିପିର ପ୍ରାଥମିକ ସଦସ୍ୟତା ଓ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
YSR Congress MP Quits

YSR Congress MP Quits

ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ପୁଣି ଝଟ୍‌କା। ଓ୍ୱାଇଏସ୍‌ଆର୍‌ କଂଗ୍ରେସର ହାତ ଛାଡିଲେ ଆଉ ଜଣେ ନେତା। ନରସରାଓ୍ୱପେଟ୍‌ର ସାଂସଦ ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେ ଓ୍ୱାଇଏସ୍‌ଆର୍‌ସିପିର ପ୍ରାଥମିକ ସଦସ୍ୟତା ଓ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି।

Advertisment

ପଲନାଡୁ ଜିଲ୍ଲାର ନରସରାଓ୍ୱପେଟ୍‌ ଲୋକସଭା ଆସନରୁ ଦେବରାୟଲୁ ୨୦୧୯ ଲୋକସଭା ନିର୍ବାଚନରେ ୫୦ ହଜାର ଭୋଟ୍‌ରେ ଜିତିଥିଲେ। ଏବେ ଦଳ ଏହି ଆସନରେ ତାଙ୍କୁ ହଟାଇ ଜଣେ ପଛୁଆ ବର୍ଗର ନେତାଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ଏହାକୁ ନେଇ ଦେବରାୟଲୁ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କୁହାଯାଉଛି।

ଦେବରାୟଲୁ କହିଛନ୍ତି, ଓ୍ୱାଇଏସ୍‌ଆର୍‌ସିପିରେ ଅନିଶ୍ଚିତତା ସ୍ଥିତି ସୃଷ୍ଟି ହୋଇଛି। ଏପ୍ରିଲ/ମେ' ମାସରେ ନିର୍ବାଚନ ଥିବା ବେଳେ ଦଳର ବରିଷ୍ଠ ନେତାମାନେ ଏବେବି ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଏଥିପାଇଁ କିନ୍ତୁ ସେ ଦାୟୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ସୂଚନା ମୁତାବକ, ଗତ ୧୫ ଦିନ ଭିତରେ ଦେବରାୟଲୁଙ୍କୁ ମିଶାଇ ଜଗନ୍ନ ମୋହନଙ୍କ ଦଳରୁ ୩ ଜଣ ସାଂସଦ ଇସ୍ତଫା ଦେଇସାରିଲେଣି। ସେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରେ ଯୋଗଦେବାର ସମ୍ଭାବନା ରହିଛି। ଏହାପୂର୍ବରୁ କୁର୍ନୁଲ ସାଂସଦ ସଞ୍ଜୀବ କୁମାର ଏବଂ ମାଛଲିପଟନମ୍ ସାଂସଦ ବଲ୍ଲଭାନେନି ବାଲାଶୋବରି ଦଳ ଛାଡିଥିଲେ। 

YSRCP ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ସଂସଦ ଓ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀଙ୍କ ମଧ୍ୟରେ ପରିବର୍ତ୍ତନ କରିବା ପରେ ଦଳର ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ ଜଣକ ପରେ ଜଣେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି।

Andhra Cm YSRCP YS Jagan Mohan Reddy