/odisha-reporter/media/post_attachments/uploads/2019/04/vv-1.jpg)
vv
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥର ହେଭିୱେଟ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରୁଛନ୍ତି ବିଜେଡିର ଅଭିନେତା-ନେତା ଅନୁଭବ ମହାନ୍ତି। ବୈଜୟନ୍ତ ରାଜନୀତିରେ ପୁରୁଣା ତଥା ଅନୁଭବୀ ହୋଇଥିବା ବେଳେ ଅନୁଭବ କିନ୍ତୁ ମୈଦାନକୁ ଓହ୍ଲାଇଛନ୍ତି ନୂଆ।
ବିଜେଡି ଏହି ଆସନ ଜିତିବା ପାଇଁ କଳବଳ କୌଶଳ ଲଗାଇ ଦେଇଛି। କାରଣ ଅନ୍ୟ ଆସନ ଅପେକ୍ଷା ଏହାକୁ ଜିତିବା ବିଜେଡିର “ଇଜ୍ଜତ କା ସୱାଲ” ବୋଲି କୁହାଯାଉଛି। ଏଣୁ ଟାଣିଓଟାରି ବୈଜୟନ୍ତଙ୍କୁ ବଦନାମ୍ କରିବାକୁ ଚେଷ୍ଟା ଚଳାଇଛି ବିଜେଡି। ଏଥିପାଇଁ କେତେବେଳେ ନିଜେ ନବୀନ ବୈଜୟନ୍ତଙ୍କ ନାଁରେ ମିଛ ପ୍ରଚାର କରୁଛନ୍ତି ତ କେତେବେଳେ ତାଙ୍କ ମୁଖପାତ୍ରମାନେ। କିନ୍ତୁ କେନ୍ଦ୍ରାପଡ଼ାର ଲୋକେ ଜାଣନ୍ତି ବୈଜୟନ୍ତ କ’ଣ। ଏହାର ଏକ ଉଦାହରଣ ଦେଖନ୍ତୁ।
ନିକଟରେ ଅନୁଭବଙ୍କ ଫେସ୍ବୁକ୍ ପେଜ୍ରେ ଏକ ଭିଡିଓ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ବିଜେଡିର ‘କୁହାଳିଆ’ ନେତା ତଥା ମୁଖପାତ୍ର ସସ୍ମିତ ପାତ୍ର, ବୈଜୟନ୍ତଙ୍କୁ ଅଯଥାରେ ଆକ୍ଷେପ କରି କିଛି ତଥ୍ୟ ରଖୁଛନ୍ତି। ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ସସ୍ମିତ ନିରାଧାର ଭାବେ କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ ଠକିଛନ୍ତି ବୋଲି କହୁଛନ୍ତି। ଏପରିକି ପୁଲିସ୍ କରିଥିବା ଏକ ମାମଲାକୁ କେନ୍ଦ୍ରାପଡ଼ାବାସୀ ଦାୟର କରିଥିବେ ବୋଲି ଅଭିଯୋଗ କରିଛନ୍ତି ସସ୍ମିତ।
ହେଲେ ଏହି ଭିଡିଓ ବିଜେଡି ପାଇଁ ବୁମେରାଂ ହୋଇଛି। ସୋଶାଲ ମିଡିଆରେ ପ୍ରଚୁର ଗାଳି ଖାଇଛନ୍ତି ଉଭୟ ସସ୍ମିତ ଓ ଅନୁଭବ। କିଛିକିଛି ଲୋକ ଖରାପ ଭାଷାରେ ବି ସେମାନଙ୍କୁ ଗାଳି ଗୁଲଜ କରିଛନ୍ତି।
ଜଣେ ଦର୍ଶକ ବିଜେଡିକୁ ‘ଚୋର’ ବୋଲି କହି ଭର୍ତ୍ସନା କରିଛନ୍ତି। ଅନ୍ୟଜଣେ ଫେସ୍ବୁକ୍ ୟୁଜର, ଅନୁଭବଙ୍କୁ ନିଜର ଫ୍ୟାନ୍ ବୋଲି କହି, ରାଜନୀତି ନୁହେଁ ବରଂ ଅଭିନୟରେ ମନୋନିବେଶ କରିବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଛନ୍ତି।
ସେହିପରି ଆଉଜଣେ ଫେସ୍ବୁକ୍ ୟୁଜର ଅନୁଭବଙ୍କୁ “ମୋ ବିଲେଇ ମତେ ମିଆଉଁ” ବୋଲି କହି କଟାକ୍ଷ କରିଛନ୍ତି। କାରଣ ଏକଦା ବୈଜୟନ୍ତଙ୍କ ସଂସ୍ଥାର ଗୁଣଗାନ କରୁଥିବା ଅନୁଭବ ଆଜି ହଠାତ୍ ଶତ୍ରୁ ଭଳି ଆଚରଣ କରୁଛନ୍ତି।
କଟକ ବାଦାମବାଡ଼ି ବସ୍ଷ୍ଟାଣ୍ଡର ଅବସ୍ଥାକୁ ନେଇ ମଧ୍ୟ ଜଣେ ଫେସ୍ବୁକ୍ ଫଲୋଅର୍ କମେଣ୍ଟ କରିଛନ୍ତି। ଅନୁଭବ ରାଜ୍ୟସଭା ସାଂସଦ ଥିଲେ ବି, କଟକ ବସ୍ଷ୍ଟାଣ୍ଡର ଅବସ୍ଥା ସୁଧାରି ପାରି ନଥିବା ବେଳେ, ଏବେ କେନ୍ଦ୍ରାପଡ଼ାରେ ଜିତିଲେ କ’ଣ କରିବେ ବୋଲି ଏକ ବ୍ୟଙ୍ଗାତ୍ମକ ଟିପ୍ପଣୀ ଲେଖିଛନ୍ତି।
ଜଣେ ୟୁଜର କୁହନ୍ତି- “ଆଛା ଗୋଟେ କଥା କୁହନ୍ତୁ ମାନ୍ୟବର ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ Anubhav Mohanty ଆପଣ ନିଜର ସବୁ ପୋଷ୍ଟ, ଭାଷଣ, ପ୍ରଚାରରେ ବୈଜୟନ୍ତ ବାବୁଙ୍କୁ ଆକ୍ଷେପ କରୁଛନ୍ତି। ଆଚ୍ଛା ଟିକେ କହିବେ କି ସେ କେତେଥର ଆପଣଙ୍କୁ ଆକ୍ଷେପ କିମ୍ବା ସମାଲୋଚନା କରୁଛନ୍ତି। ଏମିତି ଲାଗୁଛି କେନ୍ଦ୍ରାପଡ଼ା କଣ, ପୂରା ଓଡ଼ିଶାର ବିଜେଡି ନେତାଙ୍କ ନଜର ବୈଜୟନ୍ତ ବାବୁଙ୍କ ଉପରେ। ଏତେ ଅସହିଷ୍ଣୁତା କଣ ପାଇଁ? ଯଦି ଆପଣଙ୍କ ଦଳ ଏବଂ ଆପଣ ଲୋକଙ୍କ ବିକାଶ ପାଇଁ କାମ କରିଛନ୍ତି ତାହେଲେ ଲୋକେ ନିଶ୍ଚିତ ଭୋଟ ଦେବେ। ଆଉ ଯଦି ଆପଣ ଲୋକଙ୍କୁ ଠକିଥିବେ ତାହେଲେ ଅନ୍ୟଙ୍କୁ ଯେତେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କଲେବି ନିଜର ପରାଜୟ ସୁନିଶ୍ଚିତ।”
ବିଜେଡିରେ ଥିବାବେଳେ ଏ କଥା ଉଠାଉ ନ ଥିବା ମାନ୍ୟବରମାନେ ଏବେ କ’ଣ ପାଇଁ ଏ ପ୍ରସଙ୍ଗ ଉଠାଉଛନ୍ତି ବୋଲି ଜଣେ ୟୁଜର ଲେଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
