Advertisment

ପଦ୍ମ ପୋଖରୀରେ ସିନେ ଷ୍ଟାର ଅନୁଭବ ମହାନ୍ତି

ଅନୁଭବ ମହାନ୍ତି ପ୍ରଥମେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ୨୦୧୯ ମସିହାରେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦକୁ ଯାଇଥିଲେ।

BJP

BJP

Advertisment

ସିନେଷ୍ଟାର ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଆଜି ବିଜେପିରେ ମିଶିଛନ୍ତି ଅନୁଭବ ମହାନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ।

Advertisment

ବିଜେପିରେ ମିଶିବା ପରେ ଅନୁଭବ ମହାନ୍ତି କହିଛନ୍ତି, ସାଧାରଣରେ କୁହାଯାଏ ଜଣେ କଳାକାର ରାଜନୀତି କରିପାରନ୍ତି ନାହିଁ। ଏହି କଥା ମୋତେ ବହୁତ ଖରାପ ଲାଗୁଥିଲା। ତେଣୁ ମୁଁ ବହୁ ପରିଶ୍ରମ କରି ପ୍ରତ୍ୟେକ ସେସନ୍‌ରେ ଅଂଶ ଗ୍ରହଣ କରିବାକୁ ଚେଷ୍ଟା କରିଛି। ଦେଶର ବିକାଶରେ ମୋଦିଜୀ ଆଣିଥିବା ସବୁ ବିଲ୍‌କୁ ସମର୍ଥନ ଦେଇଥିଲୁ। ରାଜ୍ୟସଭା ପରେ ମୁଁ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲି। ଏହି ଗତ ୫ ବର୍ଷରେ ରାଜନୀତି ଶିଖିବାର ସୁଯୋଗ ପାଇଲି। ସଂସଦରେ ବହୁ ବିଲ୍‌ ପାସ୍‌ ହୋଇଥିବା ଦେଖିଲି। ଜଣେ ଯୁବକ ହିସାବରେ ଚାହିଁବି ଦେଶର ପ୍ରତ୍ୟେକ ଯୁବକ ଏହି ପରିବାରରେ ସାମିଲ୍‌ ହେବା ଦରକାର। କାରଣ ଏ ଦେଶକୁ ଆଗକୁ ନେବାକୁ ପଡ଼ିବ ବୋଲି ଅନୁଭବ କହିଛନ୍ତି।

ଅନୁଭବ ମହାନ୍ତି ପ୍ରଥମେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ୨୦୧୯ ମସିହାରେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦକୁ ଯାଇଥିଲେ। ହେଲେ ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫାପତ୍ରରେ ବିଜେଡି ମୁଖିଆଙ୍କ ପାଖକୁ ପଠାଇଥିଲେ। ନିଜର ଇସ୍ତଫାପତ୍ରରେ ସେ ଲେଖିଥିଲେ, ୪ ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି। ମୋ’ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚ ଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ରାଜନୀତି ମୁଁ କେବେ ଛାଡ଼ିବି ନାହିଁ ବୋଲି ଶ୍ରୀ ମହାନ୍ତି ଲେଖିଥିଲେ।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe