Advertisment

‘ଖଣ୍ଡପଡା BJD ପ୍ରାର୍ଥୀଙ୍କ ସ୍ୱାମୀ ଜଣେ ଗଞ୍ଜେଇ ବେପାରୀ’

୨୦୧୪ ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅନୁଭବ ପଟ୍ଟନାୟକ। ଆଉ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୯ରେ ତାଙ୍କୁ ଟିକେଟ ମିଳିନଥିଲା। କିନ୍ତୁ ସେ ବିଜେଡି ଛାଡ଼ି ନଥିଲେ।

author-image
Manoranjan Sial
BJD

BJD

‘ଖଣ୍ଡପଡା BJD ପ୍ରାର୍ଥୀଙ୍କ ସ୍ୱାମୀ ଜଣେ ଗଞ୍ଜେଇ ବେପାରୀ। ସେ ଖାଲି ଗଞ୍ଜେଇ ବାପରୀ ନୁହଁନ୍ତି, ହତ୍ୟା ଅଭିଯୁକ୍ତ ମଧ୍ୟ। ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାରୁ ଯେ କୌଣସି ସମୟରେ ସେ ଗିରଫ ହୋଇପାରନ୍ତି।’ ନିକେଟ ନମିଳିବା ପରେ ଆଜି ଏପରି ଢ଼ଙ୍ଗରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ଓ ତାଙ୍କ ସ୍ୱାମୀ ବେଣୁଧର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।

Advertisment

୨୦୧୪ ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅନୁଭବ ପଟ୍ଟନାୟକ। ଆଉ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୯ରେ ତାଙ୍କୁ ଟିକେଟ ମିଳିନଥିଲା। କିନ୍ତୁ ସେ ବିଜେଡି ଛାଡ଼ି ନଥିଲେ। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିଥିଲେ ଅନୁଭବ। ଭାବିଥିଲେ ୨୦୨୪ରେ ତାଙ୍କୁ ଟିକେଟ୍‌ ମିଳିବ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତାଙ୍କ ସ୍ଥାନରେ ବେଣୁଧରଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହି ଖବର ସାମ୍ନାକୁ ଆସିବା ପରେ ଚିହିଁକି ଉଠିଥିଲେ ଅନୁଭବ। ଆଉ ବିଜେଡିରୁ ସଙ୍ଗେ ସଙ୍ଗେ ଇସ୍ତଫା ଦେଇଥିଲେ।

ଆଜି ଅନୁଭବ ପଟ୍ଟନାୟକ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପରେ ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ। ସେ କହିଛନ୍ତି, ୧୯୯୭ ମସିହାରୁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ କାମ କରୁଥିଲି। ଖଣ୍ଡପଡ଼ାରେ ବିଜେଡିର ସଙ୍ଗଠନକୁ ମଜବୁଢ଼ କରିଥିଲି। ସେହି କାର୍ଯ୍ୟ କରୁଥିବା ବେଳେ ୨୦୧୯ ମସିହାରେ ମୋର ଟିକଟ କଟିଥିଲେ। ସେତେବେଳେ ନିଶ୍ଚିତ ଭାବେ ମୋ ମନକୁ ଆଘାତ ଲାଗିଥିଲା। ତା’ ସତ୍ତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ମାନି ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍‌ରେ ଖଣ୍ଡପଡ଼ାରୁ ବିଜୟୀ କରାଇଥିଲୁ। କିନ୍ତୁ ଦୁର୍ଭାଗ୍ୟ ବସତଃ ଯିଏ ନିର୍ବାଚିତ ହେଲେ, ସେ ଖଣ୍ଡପଡ଼ା ମାଟି ମାଡ଼ିଲେ ନାହିଁ। ତା’ପରେ ଖଣ୍ଡପଡ଼ା ଜନସାଧାରଣ ଅନାଥ ଅବସ୍ଥାରେ ରହିଥିଲେ। ଏହା ଦେଖି ମୋତେ ଭାରି ଦୁଃଖ ଦେଇଥିଲା ବୋଲି ଅନୁଭବ କହିଥିଲେ।

Advertisment

ସେ ଆହୁରି କହିଥିଲେ, ଦୀର୍ଘ ୫ ବର୍ଷ ଧରି ଖଣ୍ଡପଡ଼ା ଲୋକଙ୍କ ପାଇଁ କାମ କରିଆସୁଥିଲି। ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ପାଇଁ ଆଶା କରିଥିଲି। ହେଲେ ୨୦୧୯ ପରି ୨୦୨୪ରେ ମୋ ପ୍ରତି ବଡ଼ ଅନ୍ୟାୟ କରାଗଲା। ସବୁଠାରୁ ଦୁଃଖ ଲାଗିଲା, ବିଜେଡି ଯାହାଙ୍କୁ ପ୍ରାର୍ଥୀ କଲେ ତାଙ୍କ ସ୍ୱାମୀଙ୍କ ନାମରେ ଗଞ୍ଜେଇ ବେପାର ୱାରେଣ୍ଟ ରହିଛି। ଯାହା ପ୍ରମାଣ ବିଧାନସଭା ଉତ୍ତରରେ ପାଇଥିଲି। ଆମ ଅଞ୍ଚଳର ବେଣୁଧର ପ୍ରଧାନଙ୍କ ନାଁରେ ଅନେକ ଗୁଡ଼ିଏ ୱାରେଣ୍ଟ ରହିଛି। ସେ ଜଣେ ଗଞ୍ଜେଇ ବେପାରୀ। ତାହା ସହିତ ବ୍ଲକ ଚେୟାରମ୍ୟାନ୍‌ ଗୁରୁବାରୀ କହଁର ହତ୍ୟା ମାମଲାରେ ତାଙ୍କ ନାଁରେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଭଳି ଜଣେ ବ୍ୟକ୍ତିଙ୍କ ଧର୍ମପତ୍ନୀଙ୍କୁ ପ୍ରାର୍ଥୀ କରାଗଲା, ଯାହାଙ୍କର ଦଳ ପ୍ରତି କିଛି ଅବଦାନ ନାହିଁ ବୋଲି ଅନୁଭବ କହିଛନ୍ତି।

ଅନୁଭବଙ୍କ ଅଭିଯୋଗ ନେଇ ଜବାବ ରଖିଛନ୍ତି ବେଣୁଧରଙ୍କ ପତ୍ନୀ ସାବିତ୍ରୀ। ସ୍ୱାମୀଙ୍କ ଗଞ୍ଜେଇ ବେପାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାବିତ୍ରୀ। ଆଉ କହିଛନ୍ତି, ଯାହା ଅଭିଯୋଗ ଆସିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ମୋ ସ୍ୱାମୀଙ୍କ ନାଁରେ ସେମିତି କିଛି ମାମଲା ନାହିଁ।

ରିପୋର୍ଟ- ଭୁବନେଶ୍ୱରରୁ ସ୍ୱାତୀ ଜେନା

BjD Nayagarh