Advertisment

ଟିକେଟ ନମିଳିବାରୁ BJD ଛାଡ଼ିଲେ ଅନୁଭବ ପଟ୍ଟନାୟକ

୨୦୧୪ ସାଧାରଣ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅନୁଭବ ପଟ୍ଟନାୟକ। ଆଉ ସେହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ।

author-image
Manoranjan Sial
Anubhav Patnaik

Anubhav Patnaik

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ। ଆଜି ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଟିକେଟ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ହେଲେ ଆଗାମୀ ରଣନୀତି ନେଇ ସେ ମୁହଁ ଖୋଲିନାହାନ୍ତି।

Advertisment

୨୦୧୪ ସାଧାରଣ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅନୁଭବ ପଟ୍ଟନାୟକ। ଆଉ ସେହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲା। ତାଙ୍କ ସ୍ଥାନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଏହା ସତ୍ତ୍ୱେ ଅନୁଭବ ଦଳରେ ଥିଲେ ଓ ସଙ୍ଗଠନକୁ ସମ୍ଭାଳି ଥିଲେ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖଣ୍ଡପଡ଼ାରେ ବିଜେଡିର ଦବ୍‌ଦବା ଦେଖିବାକୁ ମିଳିଥିଲା। କୁହାଯାଉଥିଲା ଏଥିରେ ଅନୁଭବ ପଟ୍ଟନାୟକଙ୍କର ପ୍ରମୁଖ ଭୂମିକା ରହିଥିଲା। ଅନୁଭବଙ୍କ ରଣ କୌଶଳ ଯୋଗ ଖଣ୍ଡପଡ଼ାରେ ବିଜେଡି ବିଜୟ ହାସଲ କରିଥିଲା। ତେଣୁ ଅନୁଭବ ପଟ୍ଟନାୟକ ଆଶା ରଖିଥିଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲେ। ହେଲେ ଏଥର ତାଙ୍କୁ ନିରାଶ କରିଛି ଦଳ। ୨୦୧୯ ପରି ଏଥର ତାଙ୍କ ସ୍ଥାନରେ ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଛି।

Advertisment

ଟିକଟ ନମିଳିବାରୁ ଆଜି ଅନୁଭବ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜର ପ୍ରତିକ୍ରିୟାରେ ଅନୁଭବ କହିଛନ୍ତି, ଟିକେଟ ନଦେଇ ଦଳ ପୁଣି ଥରେ ଅନ୍ୟାୟ କରିଛି।

BjD Nayagarh