ବିଜେପି ଜାଣିଶୁଣି ଦେଶକୁ ଅସ୍ଥିର କରୁଛି, ବର୍ଷିଲେ ଏଆଇସିସି ନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନିଜକୁ ଏକମାତ୍ର ଦେଶପ୍ରେମୀ ଦଳ ବୋଲି କହି ଅନ୍ୟଉପରେ ଲଗାତାର ଦୋଷାରୋପ କରିଆସୁଥିବା ବିଜେପି ବାସ୍ତବରେ ଦେଶରେ ଆତଙ୍କବାଦ ଓ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେବାରେ ସବୁ ରେକର୍ଡ ଭାଙ୍ଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ନେତ୍ରୀ ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ କହିଛନ୍ତି ଯେ, ରାଷ୍ଟ୍ରବାଦ ବା ଦେଶଭକ୍ତି ନାମରେ ବିଜେପି ଘୃଣିତ ଓ କୁତ୍ସିତ ଖେଳ ଖେଳି […]

Anuma Acharya

Ordigital Desk
  • Published: Saturday, 09 July 2022
  • , Updated: 09 July 2022, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନିଜକୁ ଏକମାତ୍ର ଦେଶପ୍ରେମୀ ଦଳ ବୋଲି କହି ଅନ୍ୟଉପରେ ଲଗାତାର ଦୋଷାରୋପ କରିଆସୁଥିବା ବିଜେପି ବାସ୍ତବରେ ଦେଶରେ ଆତଙ୍କବାଦ ଓ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେବାରେ ସବୁ ରେକର୍ଡ ଭାଙ୍ଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ନେତ୍ରୀ ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ କହିଛନ୍ତି ଯେ, ରାଷ୍ଟ୍ରବାଦ ବା ଦେଶଭକ୍ତି ନାମରେ ବିଜେପି ଘୃଣିତ ଓ କୁତ୍ସିତ ଖେଳ ଖେଳି ଦେଶକୁ ଦୁର୍ବଳ କରୁଛି । ଭାଜପାର ‘ଛଦ୍ମ ରାଷ୍ଟ୍ରବାଦ’କୁ ଚିହ୍ନନ୍ତୁ ଓ ଏଥିପାଇଁ ସମସ୍ତେ ସର୍ତକ ଓ ସଚେତନ ରହିବା ଉଚିତ୍ ବୋଲି ସେ କହିଛନ୍ତି । ଗୋଟିଏ ପରେ ଗୋଟିଏ ୮ଟି ଘଟଣା ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ନେତ୍ରୀ ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ ଏହା ଉପରେ ବିଜେପି ସ୍ପଷ୍ଟୀକରଣ ଦେଉ ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ ଆତଙ୍କବାଦୀମାନଙ୍କ ସହିତ କୌଣସି ପରିସ୍ଥିତିରେ ବି ସାଲିସ୍ କରିନାହିଁ । ଆଜି ଯେଉଁ ପରିସ୍ଥିତି ଭାରତବର୍ଷରେ ସୃଷ୍ଟି ହୋଇଛି ଏବଂ ଆଉ ଗୋଟିଏ ପରେ ଗୋଟିଏ ଘଟଣା ପଛରେ ଆତଙ୍କବାଦୀ କିମ୍ବା ଅପରାଧିଙ୍କ ସହିତ ବିଜେପି ଦଳର ଅତି ଘନିଷ୍ଠ ଓ ନିବିଡ଼ ସଂପର୍କର ସମସ୍ତ ତଥ୍ୟ ପ୍ରମାଣ ମିଳୁଛି । ଏଭଳି ଏକ ସଂଗୀନ ପରିସ୍ଥିତିରେ ଏକ ଦାୟିତ୍ୱ ସଂପନ୍ନ ରାଜନୈତିକ ଦଳ ହିସାବରେ କଂଗ୍ରେସ ଦଳ ଆଜି ବିଜେପିକୁ ପ୍ରଶ୍ନ କରୁଛି ଯେ ଆତଙ୍କବାଦୀ ଓ ଅପରାଧିମାନଙ୍କ ସହିତ କାହିଁକି ଏତେ ଘନିଷ୍ଠ ସଂପର୍କ? ଆପଣମାନଙ୍କୁ ଚିନ୍ତା ଓ ବିଚାର କରିବାର ସମୟ ଉପନୀତ ହୋଇଛି ଯେ ବିଜେପି ଦେଶପ୍ରେମ ନାମରେ ରାଷ୍ଟ୍ର ବିରୋଧରେ କିଭଳି ଅତି ଘୃଣ୍ୟ ଓ ନିଚସ୍ତରକୁ ଯାଇ ଅପରାଧ ସୃଷ୍ଟି କରିବା ଓ ଷଡ଼ଯନ୍ତ୍ର କରିବାରେ ପ୍ରୟାସ ଜାରି ରଖିଛି ।

କିଛିଦିନ ତଳେ ଉଦୟପୁରରେ କହ୍ନେୟାଲାଲଙ୍କ ମୁଖ୍ୟ ହତ୍ୟାକାରୀ ମହମ୍ମଦ ରିୟାଜ ଅନସରି ବିଜେପିର ଜଣେ କାର୍ଯ୍ୟକର୍ତା ବୋଲି ପ୍ରମାଣିତ ହେଲା । ଏହି ବ୍ୟକ୍ତିଜଣକ ବିଜେପି ଦଳର ନେତାମାନଙ୍କ ଗହଣରେ ବିଜେପି ଦଳର ସଭ୍ୟ ହୋଇଥିଲା । ଗଣମାଧ୍ୟମ ତଥ୍ୟରୁ ଜଣାପଡ଼ିଛି ଯେ ରିୟାଜ୍ ରାଜସ୍ଥାନ ବିଧାନସଭାରେ ବିଜେପି ଦଳର ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଗୁଲାବଚନ୍ଦ୍ର କଟାରିଆଙ୍କ ଜ୍ୱାଇଁ ତଥା ପୂର୍ବତନ କର୍ପୋରେଟର

ଅତୁଲ ଚଣ୍ଡାହିଆଙ୍କ କାରଖାନାରେ କାମ କରୁଥିଲା । ସେହିପରି ତାଲିବ ହୁସେନ୍‌,ନିରଞ୍ଜନ ହୋଜାଇ, ମହମ୍ମଦ ଫାରୁକ୍ ଖାନଙ୍କ ଭଳି ଆତଙ୍କବାଦୀଙ୍କ ସମ୍ପର୍କରେ ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ସେହିପରି ପୁଲୱାମାରେ ଯେଉଁଠି ଚଢ଼େଇଟିଏ ବି ଉଡ଼ିବା ଅସମ୍ଭବ ସେଠାରେ ୩୦୦ କିଲୋ ଆରଡିଏକ୍ସ କେମିତି ମିଳିଲା? ଦେଶବାସୀ ଏପର୍ଯ୍ୟନ୍ତ ଏହାର ଜବାବ ପାଇପାରୁ ନାହାନ୍ତି । ଏହାର ଉଚ୍ଚସ୍ତରୀୟ ଯାଂଚ କାହିଁକି ଏପର୍ଯ୍ୟନ୍ତ ହୋଇ ପାରିନାହିଁ? ଏହା ଏକ ବଡ଼ ଆହ୍ୱାନ ବୋଲି ୱିଙ୍ଗ କମାଣ୍ଡର ଅନୁମା ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗଣେଶ୍ୱର ବେହେରା, ସତ୍ୟପ୍ରକାଶ ନାୟକ, ଅଭିଷେକ ମହାନନ୍ଦ, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Related story