Advertisment

ମନ୍ତ୍ରୀଙ୍କ ରୋମାଣ୍ଟିକ ଅଡିଓ ଭାଇରାଲ - ତୁମକୁ ଖୁବ୍‌ ଭଲ ପାଉଛି, ସ୍କୁଟି ଦେବି

ଗତ ନିର୍ବାଚନରେ ହାତ ଚିହ୍ନରୁ ଲଢ଼ିଥିବା ଏହି ମନ୍ତ୍ରୀ ଏଥର କିନ୍ତୁ ପଦ୍ମ ଧରି ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ଏପରି ସମୟରେ ତାଙ୍କର ଜଣେ ଯୁବତୀଙ୍କ ସହ ରୋମାଣ୍ଟିକ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବାରେ ଲାଗିଛି।

author-image
Niharika Rout
Bisahulal Singh

Bisahulal Singh

‘ତୁମେ ମୋ’ ଲାଇଫ୍‌ । ତୁମ ବିନା ବଞ୍ଚିବା ଅସମ୍ଭବ । ତୁମକୁ କେବେ କି ଛାଡ଼ିବିନି। ତୁମର ସ୍କୁଟି ଦରକାର। ତୁମକୁ ମୁଁ ଦେବି ସ୍କୁଟି।’ ଜଣେ ମନ୍ତ୍ରୀଙ୍କ ଏପରି ରୋମାଣ୍ଟିକ ବାର୍ତ୍ତାଳାପର ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ମନ୍ତ୍ରୀଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଖାଦ୍ୟ ମନ୍ତ୍ରୀ ବିସାହୁଲାଲ ସିଂହ। ସବୁବେଳେ ଚର୍ଚ୍ଚାରେ ରହୁଥିବା ମନ୍ତ୍ରୀ ସିଂ ଏବେ ମଧ୍ୟ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛନ୍ତି। କମଳନାଥ ସରକାରରୁ ବାହାରି ଶିବରାଜ ସିଂଙ୍କ ଟିମ୍‌ରେ ସାମିଲ ହୋଇ ଚର୍ଚ୍ଚାରେ ରହିଥିବା ମନ୍ତ୍ରୀ ସିଂ କମଳନାଥ ସରକାରର ପତନର କାରଣ ପାଲଟିଥିଲେ। ଗତ ନିର୍ବାଚନରେ ହାତ ଚିହ୍ନରୁ ଲଢ଼ିଥିବା ଏହି ମନ୍ତ୍ରୀ ଏଥର କିନ୍ତୁ ପଦ୍ମ ଧରି ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ଏପରି ସମୟରେ ତାଙ୍କର ଜଣେ ଯୁବତୀଙ୍କ ସହ ରୋମାଣ୍ଟିକ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଏହି ଆଦିବାସୀ ନେତାଜଣକ ଜଣେ ଯୁବତୀଙ୍କ ସହ କଥା ହେଉଥିବା ବେଳେ ଖୁବ୍‌ ରୋମାଣ୍ଟିକ ହୋଇ ଯାଇଥିବା ଶୁଣିବାକୁ ମିଳୁଛି। ଏପରିକି ସେ ମହିଳାଙ୍କୁ ଜୀବନରୁ ଅଧିକ ଭଲ ପାଇଥିବା କହୁଥିବା ବେଳେ ମହିଳାଜଣକ ବି ମନ୍ତ୍ରୀଙ୍କୁ ହୃଦୟର ସହ ମାନୁଥିବା କଥା କହିଛନ୍ତି। ଏଥିସହ ସେ ମନ୍ତ୍ରୀଙ୍କ ନିକଟରେ ଏକ ସ୍କୁଟି ପାଇଁ ଡିମାଣ୍ଡ କରୁଥିବା ବେଳେ ମନ୍ତ୍ରୀ ବି ଖୁବ୍‌ ଶୀଘ୍ର ତାଙ୍କର ଏହି ଡିମାଣ୍ଡ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ସୁଯୋଗ ଦେଖି ମହିଳାଜଣକ ଫୋନ୍‌ରେ ଅନ୍ୟ ଜଣେ ମହିଳାଙ୍କ ଟ୍ରାନ୍ସଫର ପାଇଁ ମନ୍ତ୍ରୀଙ୍କ ସମ୍ମୁଖରେ କଥା ରଖିଥିବା ବେଳେ ଏଥିପାଇଁ ଟଙ୍କା ବି ଆଣିଥିବା କହିଥିଲେ। ଏପରିକି ଖୁବ୍‌ ଶୀଘ୍ର ଦେଖା କରି ମନ୍ତ୍ରୀଙ୍କୁ ଉକ୍ତ ଟଙ୍କା ଦେବାକୁ ବି ସେ କହିଥିଲେ। ମାତ୍ର ଏହା ପୂର୍ବରୁ ଟ୍ରାନ୍ସଫର ହୋଇଯିବ ବୋଲି ବି ମନ୍ତ୍ରୀଜଣକ ଅଭୟବାଣୀ ଶୁଣାଇଦେଲେ।

ଏପରି ସମୟରେ କେବେ ବି ହାତ ନ ଛାଡ଼ିବାକୁ ମହିଳାଜଣକ ମନ୍ତ୍ରୀଙ୍କୁ କହୁଥିବା ବେଳେ ମନ୍ତ୍ରୀ ବି ଖୁବ୍‌ ଭାବୁକ ହୋଇ ଯାଉଥିବା ଶୁଣିବାକୁ ମିଳୁଛି। ଏପରିକି ଜୀବନରୁ ଅଧିକ ଭଲ ପାଉଥିବାରୁ ହାତ ଛାଡ଼ିବା ପ୍ରଶ୍ନ ଉଠୁନି ବୋଲି ସେ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ନିର୍ବାଚନ ପୂର୍ବରୁ ଜଣେ ମନ୍ତ୍ରୀଙ୍କ ଏପରି ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିବା ବେଳେ ଏହାର ସତ୍ୟତା ଜଣାପଡ଼ିନି। ଏହା କିନ୍ତୁ ବିଜେପି ପାଇଁ ଟେନସନର କାରଣ ପାଲଟିଛି। ଅପରପକ୍ଷେ, କଂଗ୍ରେସ ଏହାକୁ ନିର୍ବାଚନୀ ମୁଦ୍ଦା କରି ବିଜେପିକୁ ଘେରିବାକୁ ଚେଷ୍ଟା ଚଳାଇଛି। ଏନେଇ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିନି।

BjD Congress Madhya Pradesh