Advertisment

ରାହୁଲ ଗାନ୍ଧିଙ୍କ ପ୍ରତି ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ

ରାହୁଲ ଦାବି କରିଛନ୍ତି ଯେ ଅନୁରାଗ ଠାକୁର ତାଙ୍କୁ ଦୁର୍ବ୍ୟବହାର ଓ ଅପମାନିତ କରିଛନ୍ତି। ତଥାପି ସେ ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଚାହୁଁନାହାନ୍ତି। କ୍ଷମା ମାଗିବାର ଆବଶ୍ୟକତା ତାଙ୍କର ନାହିଁ ବୋଲି ରାହୁଲ କହିଛନ୍ତି।

Rahul Gandhi

Rahul Gandhi

Advertisment

ଜାତିଗତ ଜନଗଣନା କଥା କହୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର। ଯେଉଁମାନେ ନିଜର ଜାତି ସମ୍ପର୍କରେ ଜାଣି ନାହାନ୍ତି, ସେମାନେ ଜାତିଗତ ଜନଗଣନା କଥା କହୁଥିବା ଅନୁରାଗ ଠାକୁର କହିଛନ୍ତି।

Advertisment

ଏପରି ବୟାନକୁ ନେଇ ଲୋକସଭାରେ ତୀବ୍ର ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ବେଞ୍ଚ ଅନୁରାଗ ଠାକୁରଙ୍କ ଏପରି ବୟାନକୁ ଜୋରଦାର ବିରୋଧ କରିଛନ୍ତି।

ରାହୁଲ ଗାନ୍ଧି ଅଧାରୁ ଅନୁରାଗ ଠାକରଙ୍କୁ ଅଟକାଇ କହିଛନ୍ତି ଯେ “ଆପଣମାନେ ମୋତେ ଯେତେ ଅପମାନିତ କରିବାର ଅଛି କରନ୍ତୁ। କିନ୍ତୁ ଆପଣମାନେ ଭୁଲନ୍ତୁ ନାହିଁ ଯେ ଆମେ ସଂସଦରେ ଜାତିଗତ ଜନଗଣନା ବିଲ୍‌ ପାସ୍‌ କରାଇବୁ।” ବୟାନ ପାଇଁ ବିରୋଧର ସମ୍ମୁଖୀନ ହେଉଥିବା ଅନୁରାଗ ଠାକୁର ଏଥିରେ ତାଳି ପକାଇ ସେ କାହାର ନାଁ ନେଇ ନଥିବା ସଫେଇ ଦେଇଛନ୍ତି।

Advertisment

ଗୃହକୁ ଏହି ସମୟରେ ପରିଚାଳନା କରୁଥିବା ଜେ ପଲ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିଯିବାକୁ କହିଥିଲେ ହେଁ ହଟ୍ଟଗୋଳ ଲାଗି ରହିଥିଲା।

ରାହୁଲ ଗାନ୍ଧି ଆହୁରି କହିଛନ୍ତି, “ଯେଉଁମାନେ ଦେଶର ବଞ୍ଚିତ ବର୍ଗଙ୍କ କଥା କହୁଛନ୍ତି ଓ ସେମାନଙ୍କ ପାଇଁ ଲଢ଼ୁଛନ୍ତି, ସେମାନଙ୍କୁ ଅନ୍ୟମାନଙ୍କ ଦୁର୍ବ୍ୟବହାର ସହିବାକୁ ପଡ଼ିବ। ମୁଁ ସବୁ ଦୁର୍ବ୍ୟବହାର ଖୁସିରେ ମହାଭାରତର ଅର୍ଜୁନଙ୍କ ଭଳି ଗ୍ରହଣ କରିନେବି।

ମୁଁ କେବଳ ମାଛର ଆଖିକୁ ଦେଖିବି। ଆମେ ଜାତି ଭିତ୍ତିକ ଜନଗଣନା କରିବୁ। ଆପଣମାନେ ମୋତେ ଯେତେଥର ଦୁର୍ବ୍ୟବହାର କରିବାର ଅଛି କରନ୍ତୁ।”

ରାହୁଲ ଦାବି କରିଛନ୍ତି ଯେ ଅନୁରାଗ ଠାକୁର ତାଙ୍କୁ ଦୁର୍ବ୍ୟବହାର ଓ ଅପମାନିତ କରିଛନ୍ତି। ତଥାପି ସେ ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଚାହୁଁନାହାନ୍ତି। କ୍ଷମା ମାଗିବାର ଆବଶ୍ୟକତା ତାଙ୍କର ନାହିଁ ବୋଲି ରାହୁଲ କହିଛନ୍ତି। 

Anurag Thakur Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe