Advertisment

ଅନୱର ଉଲ ହକ୍‌ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଅନୱର କମ ପରିଚିତ ରାଜନେତା। ସେ ଦକ୍ଷିଣପଶ୍ଚିମ ପ୍ରଦେଶ ବାଲୋଚିସ୍ତାନରୁ ପାକିସ୍ତାନ ସଂସଦକୁ ଯାଇଛନ୍ତି।

Pakistan

Pakistan

Advertisment

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ସାଂସଦ ଅନୱର ଉଲ ହକ କକର। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ବିରୋଧୀ ଦଳ ନେତା ରାଜା ରିୟାଜ ମିଳିତ ଭାବେ ଅନୱର କାମଚଳା ପ୍ରଧାନମନ୍ତ୍ରୀ ହେବା ପ୍ରସ୍ତାବରେ ରାଜି ହୋଇଛନ୍ତି।

Advertisment

ଅନୱର କମ ପରିଚିତ ରାଜନେତା। ସେ ଦକ୍ଷିଣପଶ୍ଚିମ ପ୍ରଦେଶ ବାଲୋଚିସ୍ତାନରୁ ପାକିସ୍ତାନ ସଂସଦକୁ ଯାଇଛନ୍ତି। ଏବେ ନୂଆ ସରକାର ଆସିବା ଯାଏ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ରହିବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ(ଶରିଫ) ଓ ବିରୋଧୀ ଦଳ ନେତା ମିଳିତ ଭାବେ ଅନୱରଙ୍କୁ ଦାୟିତ୍ୱ ଦେବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏବେ ଏହାକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ।” ରାଷ୍ଟ୍ରପତି ଅରିଫ ଅଲଭି ମଧ୍ୟ ଅନୱରଙ୍କ ନାଁ ଉପରେ ମୋହର ମାରିଥିବା ଜିଓ ନ୍ୟୁଜ ଖବର ପ୍ରସାରଣ କରିଛି।

Advertisment

ପାକିସ୍ତାନର ସମ୍ବିଧାନର ନିୟମ ଅନୁସାରେ, ଗୋଟିଏ ନିରପେକ୍ଷ କାମଚଳା ସରକାର ଜାତୀୟ ନିର୍ବାଚନ ଉପରେ ନଜର ରଖିବ। ସେହିପରି ସଂସଦ ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ଦେଶରେ ନିର୍ବାଚନ ହେବ। ଏହାର ଅର୍ଥ ନଭେମ୍ବର ପ୍ରଥମ ଭାଗରେ ପାକିସ୍ତାନ ନୂଆ ସରକାର ପାଇଁ ଭୋଟ ଦେବ।

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe