Advertisment

"ମହୁଆଙ୍କ ସାଥ୍ ଦେଉଥିବା ଲୋକେ ପ୍ରକୃତରେ ଅନୈତିକ ଆଚରଣକୁ ପ୍ରଶ୍ରୟ ଦେଉଛନ୍ତି"

"ମୋହୁଆ ସଂସଦର ନିୟମ ଉଲ୍ଲଙ୍ଘନ କରିବାରୁ ତାଙ୍କୁ ଏଥିକ୍ସ କମିଟି ବହିଷ୍କାର କରିଛି। ଏହା ଆଦୌ ମହିଳା ବିରୋଧୀ କାର୍ଯ୍ୟ ନୁହେଁ।"

ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

Advertisment

ମୋହୁଆ ମୋଇତ୍ରଙ୍କୁ ଲୋକସଭା ସଦସ୍ୟ ପଦରୁ ବହିଷ୍କାର କରାଯିବା ପରେ ସରଗରମ ହୋଇଯାଇଛି ରାଜନୀତି। ମୋହୁଆଙ୍କ ବହିଷ୍କାରକୁ ନେଇ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଏହାରି ମଧ୍ୟରେ ନିଜସ୍ୱ ମତ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। 

Advertisment

ଏଥିକ୍ସ କମିଟି ସଦସ୍ୟ ତଥା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ମୋହୁଆ ସଂସଦର ନିୟମ ଉଲ୍ଲଙ୍ଘନ କରିବାରୁ ତାଙ୍କୁ ଏଥିକ୍ସ କମିଟି ବହିଷ୍କାର କରିଛି। ଏହା ଆଦୌ ମହିଳା ବିରୋଧୀ କାର୍ଯ୍ୟ ନୁହେଁ। ମୁଁ ମଧ୍ୟ ଜଣେ ମହିଳା, ମୁଁ ମଧ୍ୟ ମହିଳାଙ୍କ ଅଧିକାର ଉପରେ ସ୍ୱର ଉତ୍ତୋଳନ କରେ। ଏହାର ଅର୍ଥ ନୁହେଁ ଯେ, ଜଣେ ମହିଳା ନିଜ ପଦ ପଦବୀର ଦୂରୁପୋଯୋଗ କରିବ।

Advertisment

ମୋହୁଆ ନିଜର ସଂସଦ ଲଗ୍-ଇନ୍ ଆଇଡି-ପାସୱାର୍ଡକୁ ବାରମ୍ବାର ଦୁବାଇରେ ଓପନ୍ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ରୂପେ ଲୋକସଭା ନିୟମର ଉଲ୍ଲଙ୍ଘନ, ଏହା ଅନୈତିକ। ଯେଉଁମାନେ ବି ମୋହୁଆଙ୍କ ସହ ଛିଡା ହେଉଛନ୍ତି, ସେ ବ୍ୟକ୍ତି ହୁଅନ୍ତୁ ଅବା ଅନୁଷ୍ଠାନ ସେମାନେ ଅନୈତିକ ଆଚରଣର ସାଥ୍ ଦେଉଛନ୍ତି, ସେମାନେ ସଂସଦୀୟ ପଦ୍ଧତିର ସଠିକ୍ ଅନୁସରଣ କରୁନାହାଁନ୍ତି ବୋଲି ସାଂସଦ ଷଡଙ୍ଗୀ କହିଛନ୍ତି।  

ଏଥିସହ ସେ ଆହୁରି କହିଛନ୍ତି, ସୋନିଆ ଗାନ୍ଧିଙ୍କ ସମେତ ଯେଉଁମାନେ ମୋହୁଆଙ୍କ ସାଥ୍ ଦେଉଛନ୍ତି, ସେମାନେ ରାଜନୈତିକ ଏଜେଣ୍ଡା ତିଆରି କରୁଛନ୍ତି। ସେମାନେ ମୋହୁଆଙ୍କ ସାଥ୍ ନୁହେଁ, ଅନୈତିକ ଆଚରଣର ସାଥ୍ ଦେଉଛନ୍ତି। 

Mahua Moitra Expelled Aparajita Sarangi Mahua Moitra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe