Advertisment

କଂଗ୍ରେସରେ ଭିନେଶ ଓ ବଜରଙ୍ଗ ମିଶିବା ପରେ ଏମିତି କହିଲା ବିଜେପି

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଷ୍ଟାର ଖେଳାଳି କଂଗ୍ରେସରେ ମିଶିବା କ୍ଷମତାସୀନ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Vinesh

Vinesh

Advertisment

ଦେଶର ଦୁଇ ଅଲିମ୍ପିୟାନ ତଥା ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ କଂଗ୍ରେସରେ ମିଶିବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଭିନେଶ ହାତ ଧରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ହରିୟାଣାର ଜୁଲାନା ଆସନରୁ କଂଗ୍ରେସ ପ୍ରାର୍ଥୀ ମଧ୍ୟ କରିଛି।

Advertisment

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଷ୍ଟାର ଖେଳାଳି କଂଗ୍ରେସରେ ମିଶିବା କ୍ଷମତାସୀନ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଭିନେଶ ଓ ବଜରଙ୍ଗଙ୍କ ମିଶ୍ରଣକୁ ନେଇ ବଡ଼ ବୟାନ ଦେଇଛି ବିଜେପି। ଗଣତନ୍ତ୍ରରେ ଯେକୌଣସି ଲୋକ ରାଜନୀତିରେ ଯୋଗ ଦେଇପାରିବେ ବୋଲି ବିଜେପି କହିଛି।

ବିଜେପିର ବରିଷ୍ଠ ନେତାଙ୍କ କହିବା କଥା ଯେ ତତ୍କାଳୀନ ବିଶ୍ୱ କୁସ୍ତି ସଂଘ ସଭାପତି ତଥା ବିଜେପିର ପୂର୍ବତନ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବେ ବିଚାରାଧୀନ ରହିଛି। ଭିନେଶ ଓ ବଜରଙ୍ଗଙ୍କ ନେତୃତ୍ୱରେ ଅନେକ ଷ୍ଟାର ରେସଲର ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏଥିଯୋଗୁ ବିଜେପି ଗତ ଲୋକସଭା ନିର୍ବାଚନରେ ବ୍ରିଜ ଭୂଷଣଙ୍କୁ ଟିକେଟ ଦେଇ ନଥିଲା।

Advertisment

ଭିନେଶ ଓ ବଜରଙ୍ଗ କଂଗ୍ରେସରେ ମିଶିବା ପରେ ବ୍ରିଜ ଭୂଷଣ ସେମାନେ କରିଥିବା ବିକ୍ଷୋଭ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି କହିଛନ୍ତି। ହେଲେ ବିଜେପି ଏଥିରେ ଏକମତ ହୋଇନାହିଁ। ବିଜେପିର କହିବା କଥା ଯେ ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗ କୋର୍ଟରେ ରହିଛି ଓ ଏହା ଉପରେ ପ୍ରଶ୍ନ କରିବା ଏବେ ଠିକ ନୁହେଁ।

ବିଜେପି ସାଂସଦ ସମ୍ବିତ ପାତ୍ର ସିଧାସଳଖ ଭିନେଶ ଓ ବଜରଙ୍ଗଙ୍କ ‌ଉପରେ କିଛି କହି ନାହାନ୍ତି। ସେ କେବଳ କହିଛନ୍ତି ଯେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେକୌଣସି ଲୋକ ରାଜନୀତିରେ ମିଶି ପାରିବେ। ଶ୍ରୀ ପାତ୍ର ଆହୁରି କହିଛନ୍ତି, “ଆପଣଙ୍କ ପ୍ରଶ୍ନ ହେଲା ସମ୍ଭବତଃ ସେମାନେ ପୂର୍ବରୁ ରାଜନୀତିରେ ମାତିଥିଲେ। ଏହାର ଉତ୍ତର ମୁଁ ଦେବାକୁ ଚାହୁଁ ନାହିଁ। କିନ୍ତୁ ଏହା ସତ ଯେ ଲୋକେ, ମିଡିଆ ଓ ବୁଦ୍ଧିଜୀବୀମାନେ ନିଶ୍ଚିତ ଏପରି ପ୍ରଶ୍ନ ପଚାରିବେ।”

ହରିୟାଣା ବିଜେପିର ବରିଷ୍ଟ ନେତା ଅନୀଲ ବିଜ କିନ୍ତୁ ଭିନେଶଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଯଦି ସେ ଦେଶର ଝିଅ ବଦଳରେ କଂଗ୍ରେସର ଝିଅ ହେବାକୁ ଚାହୁଁଛନ୍ତି, ତା’ହେଲେ ଆମର ଅସୁବିଧା କ’ଣ?

ପ୍ରଥମ ଦିନରୁ କଂଗ୍ରେସ ଏହି ଖେଳାଳିମାନଙ୍କୁ ନିଜ ସହ ସାମିଲ କରିବାକୁ ଚେଷ୍ଟା କରୁଥିଲା। କଂଗ୍ରେସ ଉସକାଇବା ଯୋଗୁ ରେସଲରମାନେ ବିକ୍ଷୋଭ ଆରମ୍ଭ କରିଥିଲେ। ଯଦି କଂଗ୍ରେସ ଉସକାଇ ନଥାଆନ୍ତା, ତା’ହେଲେ ଏହି ପ୍ରସଙ୍ଗ କେବେ ଠାରୁ ଶେଷ ହୋଇସାରନ୍ତାଣି ବୋଲି ସେ କହିଛନ୍ତି।

Bjp Congress Bajrang Punia Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe