Advertisment

ଆନ୍ଧ୍ରରେ ଫେରିଲା TDP! '୯ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ'

ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ ଲିଡରେ ରହିଛି ଟିଡିପି।

Chandrababu Naidu

Chandrababu Naidu

Advertisment

ଏନ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (TDP) ଆନ୍ଧ୍ରପ୍ରଦେଶରେ ଗଢିବାକୁ ଯାଉଛି ସରକାର। ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ ଲିଡରେ ରହିଛି ଟିଡିପି। ଏଥିସହ ବିଜେପି, ଟିଡିପି ଓ ଜେଏସପି ଆଲାଏନ୍ସ ୧୫୧ ଆସନରେ ଆଗୁଆ ରହିଛି।

Advertisment

୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏନଡିଏ ଲିଡ୍ କରିବା ସହ ଏକାଧିକ ଆସନରୁ ବିଜୟ ହାସଲ କରି  ସାରିଛି। ସେପଟେ ଚନ୍ଦ୍ରବାବୁ ନାଇଡୁ ମଧ୍ୟ କୁପମ୍ ଆସନରୁ ଆଗରେ ଅଛନ୍ତି। 

ଏହାକୁ ଦୃଷ୍ଟିରେ ରଖି ଦଳ ଏକ ପ୍ରକାର ସରକାର ଗଢିବା ସ୍ପଷ୍ଟ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ସରକାର ଗଢିବା ନେଇ ମଧ୍ୟ ଘୋଷଣା ସରିଲାଣି।

Advertisment

ଆସନ୍ତା ୯ରେ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଶପଥ ଉତ୍ସବରେ ମଧ୍ୟ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି କୁହାଯାଇଛି। ସେହିପରି ୨୫ ଲୋକସଭା ଆସନରୁ ଟିଡିପି ୧୬ ଆସନରେ ଲିଡ୍ କରୁଛି। 

General Election TDP AP Assembly Result Election Result AP Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe