ସାଂସଦ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର। ଡେରାସ୍ ଜମି ଦୁର୍ନୀତିରେ ସରକାରୀ ଅଧିକାରୀ ନୁହେଁ ବରଂ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ଅପରାଜିତା । ସାମ୍ରାଜ୍ୟରେ ଯଦି କିଛି ଭୁଲ ହୁଏ, ତ୍ରୁଟି ହୁଏ ଓ ଅନ୍ୟାୟ ହୁଏ ସେଥିପାଇଁ ତୃତୀୟ ମହଲାର କର୍ମଚାରୀଙ୍କୁ ଦାୟୀ କରନ୍ତୁନି, ବରଂ ସେଥିଲାଗି ରାଜ୍ୟର ମୁଖିଆ ଦାୟୀ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ।