Advertisment

କାହିଁକି ଆଗୁଆ ବନ୍ଦ ହେଲା ବିଧାନସଭା ଅଧିବେଶନ? ପ୍ରଶ୍ନ କଲେ ଅପରାଜିତା

ଅପରାଜିତାଙ୍କ ଟ୍ୱିଟ୍‌ ନେଇ ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Aparajita Sarang

ବିଧାନସଭାର ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଅଧିବେଶନ ପାଇଁ ୩୦ ଦିନ ଚାଲିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ୪ ଦିନ ଭିତରେ ଅଧିବେଶନକୁ ଆଗୁଆ ବନ୍ଦ କରିଦେଲେ ସରକାର। ଅହେତୁକ ଭୟ ଯୋଗୁଁ ବନ୍ଦ କରି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

 ସେ ଟ୍ୱିଟରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଅଣ ଓଡ଼ିଆ ଜମିମାଫିଆ ଓ କର୍ପୋରେଟରଙ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା। ଯଦି ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଏହାକୁ ଜୁଲାଇ ମାସରୁ ଅନୁମତି ଦେଇଥିଲା, ତେବେ ଏହାକୁ ସର୍ବସାଧାରଣରେ କାହିଁକି ପ୍ରକାଶ କରାଯାଇ ନଥିଲା? ଏଥିପାଇଁ ଲୋକଙ୍କ ମତାମତ ନିଆଯାଇ ଥିଲା କି ? ଏହା ଦ୍ୱାରା କେଉଁମାନେ ଉପକୃତ ହୋଇଥାନ୍ତେ? ଏପରି ନିଷ୍ପତ୍ତି ପଛରେ ଅଣଓଡିଆ ଜମି ମାଫିଆ ଓ କର୍ପୋରେଟଙ୍କ ହାତ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା?

ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ଅଡିଓ, ଭିଡିଓ ରେକର୍ଡିଂ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। କ୍ୟାବିନେଟର ଏଭଳି ସଂଶୋଧନ ନିଷ୍ପତ୍ତିକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ମୋହର ଦରକାର। ତେବେ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ ଏହି ନିଷ୍ପତ୍ତିକୁ କାହିଁକି ସାର୍ବଜନୀନ କରାଗଲା ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ଅପରାଜିତାଙ୍କ ଟ୍ୱିଟ୍‌ ନେଇ  ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

Advertisment
State Bjp Aparajita Sarangi