Advertisment

କିଏ ସେହି ରହସ୍ୟମୟୀ ମହିଳା; କରୁଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଚିକିତ୍ସା?

ଅପରାଜିତାଙ୍କ ଉପରେ ମନ୍ତବ୍ୟ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
aparajita sarang

aparajita sarang

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଟିକାନ ସିଟି ଯାଇଥିବା ମହିଳାଙ୍କୁ ନେଇ ପୁଣି ପ୍ରଶ୍ନ ଉଠାଇଛି ବିଜେପି। ସୋଶାଲ ମିଡିଆରେ ପ୍ରଶ୍ନ କରିଛନ୍ତି ଦଳର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ରହସ୍ୟମୟୀ ମହିଳା ଜଣଙ୍କ କିଏ ?, ଯେଉଁ ମହିଳାଙ୍କ ବିଷୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଥିଲେ। ଦଳ ପକ୍ଷରୁ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦିଆଯାଇନଥିଲା। ଏହା ପରିବର୍ତ୍ତେ ଦଳୀୟ ପ୍ରବକ୍ତା ମାନେ ବିରୋଧୀ ଦଳ ନେତାମାନଙ୍କୁ ପାଗଳ ବୋଲି କହିଥିଲେ।

Advertisment

ଅପରାଜିତା ଲେଖିଛନ୍ତି, ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଛି ଯେ ନିର୍ଦ୍ଦିଷ୍ଟ ରହସ୍ୟମୟୀ ମହିଳା ହେଉଛନ୍ତି ଜଣେ ନର୍ସ ବା ଥେରାପିଷ୍ଟ। ଯଦି ଏହା ସତ୍ୟ, ଏହା ଅତ୍ୟନ୍ତ ସଂଗୀନ ଏବଂ ଚିନ୍ତାଜନକ ବିଷୟ। ଓଡ଼ିଶା ପରି ଗୁରୁତ୍ୱପୂର୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଗୁପ୍ତ ତଥା ଘରୋଇ ବ୍ୟବସ୍ଥା ଉପରେ ଛାଡ଼ିଦେବା ଉଚିତ ନୁହେଁ। ଏହି ଗୁପ୍ତ ଚିକିତ୍ସା ନିର୍ଦ୍ଦିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି? ଏହି ରହସ୍ୟମୟୀ ମହିଳାଙ୍କୁ ଚିକିତ୍ସା ପାଇଁ କିଏ ଚୟନ କରିଛି? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି?  

ସେ ଆହୁରି ଲେଖିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଦୂରରେ ରଖାଯାଇଛି କି ? ଶେଷଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବ୍ୟକ୍ତିଗତ ଭାବେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର କେବେ ଭେଟିଥିଲେ ? ରାଜ୍ୟର ଗୁଇନ୍ଦା ତଥ୍ୟ କିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି ? ରାଜ୍ୟରେ କ’ଣ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ? ରାଜ୍ୟବାସୀଙ୍କୁ ଏ ସମସ୍ତ ବିଷୟର ସ୍ପଷ୍ଟ ଉତ୍ତର ଦେବା ଆବଶ୍ୟକ ବୋଲି ଲେଖିଛନ୍ତି ଅପରାଜିତ। ରାଜ୍ୟବାସୀଙ୍କୁ ଏ ସମସ୍ତ ବିଷୟର ସ୍ପଷ୍ଟ ଉତ୍ତର ଆବଶ୍ୟକ। 

Advertisment

ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ନିକଟସ୍ଥ ଅଧିକାରୀ ମାନଙ୍କ ଶାସନ ପ୍ରଶାସନ ଅତ୍ୟନ୍ତ କୌତୁହଳପ୍ରଦ, ରୋମାଞ୍ଚକ ଏବଂ ହାସ୍ୟାସ୍ପଦ ହୋଇସାରିଛି। ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି, କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି, ଯାହା ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଦେଖାଯାଇନାହିଁ। 

ଅପରାଜିତାଙ୍କ ମନ୍ତବ୍ୟ ଉପରେ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Bjp Aparajita Sarangi