/odisha-reporter/media/post_attachments/uploadimage/library/16_9/16_9_0/Aparajita_1697383411.jpg)
Aparajita
ଡେରାସ ଫାର୍ମ ହାଉସ୍ ହେଉଛି ‘ଭଷ୍ଟ୍ରାଚାରର ପର୍ଯ୍ୟଟନସ୍ଥଳୀ’। ଆଜି କିଛି ଏଭଳି କହି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ଡେରାସରେ ୧୫୦ ଏକରରୁ ଅଧିକ ଜମିକୁ ଘେରାବନ୍ଦି କରି ରଖାଯାଇଛି। ଜାଣିଶୁଣି ରାଜ୍ୟ ସରକାର ଏହାର ଚିହ୍ନଟ କରୁନାହାନ୍ତି। ଜଣେ ପ୍ରଭାବଶାଳୀ ତାମିଲ ମହିଳାଙ୍କୁ ସୁରକ୍ଷା ଦେବାକୁ ଲାଗି ପଡ଼ିଛନ୍ତି ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଚିଠି ଲେଖାଯାଇଥିଲା। ହେଲେ ଲାଗୁଛି ତାହା ପହଞ୍ଚିନଥିବ। ଆଉ ଯଦି, ପହଞ୍ଚିଥିବ ତା’ହେଲେ ସେ ପଢ଼ି ନଥିବେ। ୧୫୦ ଏକର ଜମି କାହାର ଚିହ୍ନଟ କରାଯାଉନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।
ସେ ଆହୁରି କହିଛନ୍ତି ଯେ, ଲୋକଙ୍କ ଦାବି ଏହି ଫାର୍ମ ହାଉସକୁ ଭାଙ୍ଗି ଦିଆଯାଉ। କିନ୍ତୁ ଆଇନକୁ ହାତକୁ ନନେଇ ଏହାର ଗେଟ୍ ନଭାଙ୍ଗି ଏହାକୁ ‘ଭଷ୍ଟ୍ରାଚାରର ପର୍ଯ୍ୟଟନସ୍ଥଳୀ’ ଭାବେ ସମ୍ବୋଧନ କରିଛନ୍ତି ଭୁବନେଶ୍ୱରର ସାଂସଦ। ଏଥିସହ ସେଠାରେ ଭ୍ରଷ୍ଟାଚାରର ପର୍ଯ୍ୟଟନସ୍ଥଳୀ ଲେଖାଥିବା ଏକ ପୋଷ୍ଟର୍ ମଧ୍ୟ ଲଗାଇଛନ୍ତିା
ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ଡେରାସରେ ଏକ ଘରୋଇ ଫାର୍ମ ହାଉସ୍ ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଥିଲା। ଚାଷୀଙ୍କ ଜମିକୁ ପାଣି ଛଡ଼ା ଯାଉନଥିବା ଅଭିଯୋଗରେ ଅପରାଜିତା ପୂର୍ବରୁ ଦୁଇ ଥର ପ୍ରତିବାଦ କରିଥିଲେ। ପରେ ଫାର୍ମ ହାଉସ୍ ଦେଇ ପାଣି ଚାଷୀଙ୍କ ଜମିକୁ ପହଞ୍ଚିଛି।
ସେପଟେ ଅପରାଜିତାଙ୍କ ଅଭିଯୋଗ ନେଇ ସମ୍ପୃକ୍ତ ଫାର୍ମ ହାଉସ୍ ମାଲିକ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
