Advertisment

କାଲି ଭୋଟ, ରିଗିଂ ଆଶଙ୍କାରେ CAPF ପାଇଁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଦୁଇ ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ବୁଥରେ ରିଗିଂ ହେବ ବୋଲି ସେ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

ଆସନ୍ତାକାଲି ହାଇ ପ୍ରୋଫାଇଲ ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ମାତ୍ର ଏଥର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏହା ପଛରେ ୨ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ- CAPF ମୁତୟନ ଲାଗି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

Advertisment

ଏହି ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ଯ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଦୁଇ ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ବୁଥରେ ରିଗିଂ ହେବ ବୋଲି ସେ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଉକ୍ତ ପୁଲିସ ଅଧିକାରୀ ଦ୍ୱୟ ପୂର୍ବତନ ଅତିରିକ୍ତ ଏସପି ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସ ବୋଲି ସେ ଲେଖିଛନ୍ତି।

ଭୁବନେଶ୍ୱରର ସହିଦନଗର, ବାୟାବାବା ମଠ ଏରିଆ, ୟୁନିଟ-୮ ମାଳିସାହି ଅଞ୍ଚଳରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଏଥିସହ ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ରିଗିଂ ଆଶଙ୍କା ଥିବା ସେ ଦର୍ଶାଇଛନ୍ତି। ତେଣୁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ- CAPF ମୁତୟନ ଲାଗି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

Advertisment

ତେବେ ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

Aparajita Sarangi 2024 General Election Loka Sabha Election 2024 Odisha Assembly Election 2024