‘ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ’

ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜେଡି ପକ୍ଷରୁ ଜାଣିଶୁଣି ବିରୋଧ କରାଯିବା ସହ ଅଣ୍ଡା,ଟେକା ଓ ପଥର ମାଡ଼ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

Aparajita Sarangi PhotoOR

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଟାର୍ଗେଟ

Tapaswini Nayak
  • Published: Monday, 28 August 2023
  • Updated: 28 August 2023, 01:58 PM IST

Sports

Latest News

‘ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହେଲେ ଚଳିବନି। ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ହେବ। ଆମେ ସମସ୍ତେ  ତାଙ୍କ ପାଖରୁ ଏହା ଆଶା କରୁଛୁ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏହି କଥା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। 

ନିଜ ସଂସଦୀୟ କ୍ଷେତ୍ର ଗସ୍ତବେଳେ ଗିରିଙ୍ଗ ଛକରେ ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିଥିଲେ ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀ। ବିଜେଡି କର୍ମୀ ମାନେ କଳା ପତାକା ପଦର୍ଶନ କରିବା ସହ ମିଶନଶକ୍ତି ମହିଳାମାନେ ଟେକା ଓ ପଥର ଧରି ତାଙ୍କୁ ବିରୋଧ କରିଥିଲେ। ତାଙ୍କ ଗାଡ଼ି ଛାଡ଼ି ନଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ୍ କରିଛନ୍ତି ଅପରାଜିତା ଓ ପଚାରିଛନ୍ତି ଅନେକ ପ୍ରଶ୍ନ। 

ସେ ତାଙ୍କ X ଆକାଉଣ୍ଟ ( ପୂର୍ବର ଟ୍ୱିଟ୍‌ର)ରେ ଲେଖିଛନ୍ତି, ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ କାର୍ଯ୍ୟରେ ଲଗାଯାଉଛି। ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ। ମୋ ଉପରେ ଆକ୍ରମଣ ଉଦ୍ୟମ ହେଉଛି। ଏହା କ’ଣ ପ୍ରକୃତ ମିଶନ ଶକ୍ତି କି? ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ। ସେମାନଙ୍କୁ ଏହି ବିଷୟରେ ପଚାରି ବୁଝିବା କଥା। ମିଶନ ଶକ୍ତି ମହିଳା ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜେଡି ପକ୍ଷରୁ ଜାଣିଶୁଣି ଏଭଳି ବିରୋଧ ସହ ଅଣ୍ଡା,ଟେକା ଓ ପଥର ମାଡ଼ କରାଯିବା କେତେ ଯୁକ୍ତିଯୁକ୍ତ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଗତକାଲିର ଘଟଣା ସଂପର୍କରେ ସେ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି।

Also Read

ଅପରାଜିତା ଆହୁରି କହିଛନ୍ତି, ମୁଁ ସକାଳୁ ୭ଟାରୁ ରାତି ୧୨ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି ଓ ଲୋକଙ୍କୁ ଭେଟୁଛି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ମୋତେ ସୁରକ୍ଷା ଦିଆଯାଇଥାନ୍ତା, ତାହାହେଲେ ଏପରି ହୋଇ ନଥା’ନ୍ତା। ମୁଁ ମହିଳା ଭାବେ ସୁରକ୍ଷିତ ନୁହେଁ ବୋଲି ଅପରାଜିତା କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଛକରେ ବୁଥ୍ ବୈଠକ ଥିଲା। ଅପରାଜିତା ଏହି ବୈଠକରେ ଯୋଗ ଦେବାକୁ ଯାଇଥିଲେ। ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ବିଜେଡି କର୍ମୀ ଓ ମିଶନ ଶକ୍ତିର ମହିଳା ତାଙ୍କୁ ବିରୋଧ କରିଥିଲେ। ମିଶନ ଶକ୍ତିର ମହିଳା ଅଣ୍ଡା, ପଥର ମାଡ଼ କରିବା ସହ କଳା ପତାକା ପତାକା ପ୍ରଦର୍ଶନ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାଜିତାଙ୍କ ସପକ୍ଷରେ ଥିବା ଗୋଷ୍ଠୀ ଓ ବିଜେଡି କର୍ମୀ ଆମ୍ନାସାମ୍ନି ହୋଇଥିଲେ। ଉଭୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ପରେ ଅପରାଜିତା ବୈଠକକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story