Advertisment

ମହୁଆ ମଇତ୍ରଙ୍କୁ ଜବାବ ଦେଲେ ଅପରାଜିତା ଷଡ଼ଙ୍ଗୀ

ଗଣମାଧ୍ୟମକୁ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ମହୁଆ ମଇତ୍ର ୪୭ ଥର ନିଜର ଲଗ୍‌ଇନ୍‌ କ୍ରେଡେନ୍‌ସିଆଲ୍‌କୁ ନେଇ ଦୁବାଇରୁ ପ୍ରଶ୍ନପତ୍ର ଅପ୍‌ଲୋଡ୍‌ କରାଇଛନ୍ତି। ଦର୍ଶନ ହିରାନନ୍ଦାନୀଙ୍କ କର୍ମଚାରୀମାନେ ପ୍ରଶ୍ନପତ୍ର ଅପ୍‌ଲୋଡ୍‌ କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ଟିଏମ୍‌ସି ସାଂସଦ ମହୁଆ ମଇତ୍ରଙ୍କୁ ଆଜି ଲୋକସଭାରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ ପରେ ସଂସଦ ବାହାରେ ଗଣମାଧ୍ୟମ ଆଗରେ ଗର୍ଜିଛନ୍ତି ମହୁଆ। ମୋ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି କହିଥିଲେ ମହୁଆ। ତାହାର ଜବାବ ଦେଇଛନ୍ତି ଏଥିକ୍ସ କମିଟିର ଅନ୍ୟତମ ସଦସ୍ୟ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

Advertisment

ଗଣମାଧ୍ୟମକୁ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ମହୁଆ ମଇତ୍ର ୪୭ ଥର ନିଜର ଲଗ୍‌ଇନ୍‌ କ୍ରେଡେନ୍‌ସିଆଲ୍‌କୁ ନେଇ ଦୁବାଇରୁ ପ୍ରଶ୍ନପତ୍ର ଅପ୍‌ଲୋଡ୍‌ କରାଇଛନ୍ତି। ଦର୍ଶନ ହିରାନନ୍ଦାନୀଙ୍କ କର୍ମଚାରୀମାନେ ପ୍ରଶ୍ନପତ୍ର ଅପ୍‌ଲୋଡ୍‌ କରିଛନ୍ତି। ଏକଥା ସେ କମିଟି ଆଗରେ ସ୍ୱୀକାର କରିଛନ୍ତି। ତା’ଛଡ଼ା ଗୋଟିଏ ଦିନରେ ବିଭିନ୍ନ ସ୍ଥାନରୁ ତାଙ୍କର ପ୍ରଶ୍ନ ମେମ୍ୱର୍ସ ପୋର୍ଟାଲରେ ଅପ୍‌ଲୋଡ୍‌ ହୋଇଛି। ୟୁଏସ୍‌ ନ୍ୟୁ ଜର୍ସି, ବେଙ୍ଗାଲୁରୁ, ଦିଲ୍ଲୀରୁ ପ୍ରଶ୍ନପତ୍ର ଅପ୍‌ଲୋଡ୍‌ ହୋଇଛି। ଏହା ପୂରା ବେଆଇନ୍‌। ଆମେ ସାଂସଦ ହୋଇଛୁ ମାନେ ନିୟମ ଭିତରେ ରହିବାର ରହିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ନେଇ ପ୍ରଶ୍ନରେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ସତ୍ୟପାଠରେ ସବୁକିଛି ଲେଖାଯାଇଛି। ସତ୍ୟପାଠକୁ ଦୁବାଇରେ ଥିବା ଡେପୁଟି କାଉନ୍‌ସେଲ୍‌ର ଜେନେରାଲଙ୍କୁ ଦେଖାଯାଇଥିଲା। ସେହି ସମୟରେ ବହୁ ଗିଫ୍‌ଟ ଦିଆଯାଇଛି ଓ ନିଆଯାଇଛି। ଏହାଛଡ଼ା ପଇସା କଥା ମଧ୍ୟ ଲେଖାଯାଇଛି। ସେହି ସତ୍ୟପାଠକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ବୋଲି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି।

Advertisment

ସେ କହିଛନ୍ତି, ଏଥିକ୍ସ କମିଟିର ବୈଠକ ତିନି ଥର ବସିଥିଲା। ଅଭିଯୋଗକାରୀ ଜୟ ଦେହାଦ୍ରାଇ ଓ ସାଂସଦ ନିଶିକାନ୍ତ ଦୁବେଙ୍କୁ ଡକାଯାଇଥିଲା। ସେମାନଙ୍କ ଅଭିଯୋଗ ବିସ୍ତୃତ ଭାବେ ଶୁଣିଥିଲୁ। ତା’ପରେ ପ୍ରତିବାଦୀ ମାଡ଼ାମ ମହୁଆ ମଇତ୍ରଙ୍କୁ ଡକାଯାଇଥିଲା। ତାଙ୍କୁ କହିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା। ତାଙ୍କର ସବୁ କଥା ଶୁଣିଥିଲୁ। ଦୁବାଇରେ ରହୁଥିବା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସତ୍ୟପାଠକୁ ଆମେ ପଢ଼ିଲୁ। ତା’ପରେ ଆମେ ୩ଟି ପ୍ରସ୍ତାବ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲୁ। ଲୋକସଭା ବାଚସ୍ପତି ତାହାକୁ ସଂସଦରେ ରଖିଥିଲେ। ଆଜି ସଂସଦରେ ତାହା ଉପରେ ଆଲୋଚନା ହୋଇଥିଲା। ତା’ପରେ ସଂସଦରୁ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି।

Bjp Aparajita Sarangi TMC Mahua Moitra Bribe Case