Advertisment

ବିଜେଡି ପ୍ରାର୍ଥୀ ବଦଳାଇବାକୁ ନେଇ ଅପରାଜିତାଙ୍କ କଟାକ୍ଷ; ମାରିଲେ ଗବର ସିଂ ଡାଏଲଗ୍

ବିଜେଡି ଉଦ୍ଦେଶ୍ୟରେ ଗବର ସିଂ ଡାଏଲଗ୍  କହିଥିଲେ ଅପରାଜିତା।

author-image
Tapaswini Nayak
ଅଦ୍ୟତନ ହୋଇଛି
Aparajita sarangi

Aparajita sarangi

ଦିଲ୍ଲୀରୁ ଫେରି ପ୍ରାର୍ଥୀ ବଦଳାଇବାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ପ୍ରସଙ୍ଗରେ ସେ କହିଛନ୍ତି, 'ଯୋ ଡର ଗୟା ୱ ମର ଗୟା'।

Advertisment

ଅପରାଜିତା କହିଛନ୍ତି, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଚୟନ କରିଥିବା ଚର୍ଚ୍ଚା ହେଉଥିଲା। ଏମିତିକି ସଂପୃକ୍ତ ମହିଳା ବି ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସଂପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ  ବିଜେଡି କରିଛି। 

ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା? ଏପରିକି ବିଜେଡି ଉଦ୍ଦେଶ୍ୟରେ ଗବର ସିଂର ଡାଏଲଗ୍ କହିଛନ୍ତି ଅପରାଜିତା। ସେ କହିଛନ୍ତି 'ଯୋ ଡର ଗୟା ୱ ମର ଗୟା'।

Advertisment

ସେ ଆହୁରି କହିଛନ୍ତି, ବିଗତ ୫ ବର୍ଷ ହେଲା ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି। ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନରେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ନେବ। ମୋଦିଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ କିଛି ଦିନ ହେବ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଭୁବନେଶ୍ୱର ସଂସଦୀୟକ୍ଷେତ୍ରର ପାଇଁ ଚୟନ କରିଥିବା ଚର୍ଚ୍ଚା ହେଉଥିଲା।

ଶ୍ରୀମୟୀଙ୍କୁ ମଧ୍ୟ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା। ସୋଶାଲ ମିଡିଆରେ ଶ୍ରୀମୟୀ ମଧ୍ୟ ବିଭିନ୍ନ ପୋଷ୍ଟ କରୁଥିଲେ। ହେଲେ କିଛି ଦିନ ହେବ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ହେଉଥିବା ବେଳେ ଶ୍ରୀମୟୀ ମଧ୍ୟ ଦୂରେଇ ଯାଇଛନ୍ତି। ଦଳ ତାଙ୍କୁ ଦୂରେଇ ରହିବା ପାଇଁ କହିଥିବା ସୂଚନା ରହିଛି। ଏପରକି ମନ୍ମଥଙ୍କ ପର୍ବରେ ଶ୍ରୀମୟୀଙ୍କୁ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଉପସ୍ଥିତ ଥିବା ସତ୍ତ୍ୱେ ଅନୁପସ୍ଥିତ ଥିଲେ ଶ୍ରୀମୟୀ।

ଟିକେଟ୍ ଘୋଷଣା ପରେ ଆଜି ଅପରାଜିତା ଦିଲ୍ଲୀରୁ ଫେରିଥିଲେ। ବିମାନବନ୍ଦରରେ ବିଜେପିର ନେତା ଓ କର୍ମୀମାନେ ତାଙ୍କୁ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ। ବିରାଟ ଶୋଭାଯାତ୍ରାରେ ଆସି ଅପରାଜିତା ବାବା ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ତେବେ ଅପରାଜିତାଙ୍କ ଏହି ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଗତ ଲୋକାସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ଅପରାଜିତ ଷଡଙ୍ଗୀ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ପାଇଥିଲେ। ଅର୍ଥାତ ୨୩ ହଜାର ୮୩୯ ଭୋଟରେ ଅପରାଜିତ ବିଜୟୀ ହୋଇଥିଲେ। ଏଥର ଅପରାଜିତା ଓ ମନ୍ମଥଙ୍କ ମଧ୍ୟରେ ଲଢ଼େଇ ହେବ।

Bjp Aparajita Sarangi