Advertisment

‘ବିଜେଡି ୧୦୦ ୟୁନିଟ୍‌ ମାଗଣା ଦେବ, ବିଜେପି ପୂରା ଛାଡ଼ କରିବ’

‘ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଦେବାକୁ ଘୋଷଣା କରିଛି। କିନ୍ତୁ ବିଜେପି ସମସ୍ତ ବିଦ୍ୟୁତ୍‌ ବିଲ୍‌ ଛାଡ଼ କରିବ ।’

author-image
Niharika Rout
ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

‘ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଦେବାକୁ ଘୋଷଣା କରିଛି। କିନ୍ତୁ ବିଜେପି ସମସ୍ତ ବିଦ୍ୟୁତ୍‌ ବିଲ୍‌ ଛାଡ଼ କରିବ। ଆଜି ଭୁବନେଶ୍ୱରରେ ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

Advertisment

ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ବିଜେଡି ନିଜ ଘୋଷଣାପତ୍ରରେ ଆସନ୍ତା ଜୁଲାଇ ମାସରୁ ଉପଭୋକ୍ତାଙ୍କ ନିକଟରୁ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ନେବନି ବୋଲି ଘୋଷଣା କରିଛି। କିନ୍ତୁ ବିଜେପି ସବୁ ବିଜୁଳି ବିଲ୍‌ ଛାଡ଼ କରିବ ବୋଲି ନିଜ ଘୋଷଣାପତ୍ରରେ କହି ସାରିଛି। କିନ୍ତୁ ଏହା ପୂର୍ବରୁ ଆମେ ସବୁ ଘର ଉପରେ ସୋଲାର ପ୍ୟାନେଲ ଲଗାଇବୁ।

ଏଥିସହ ସେ କହିଛନ୍ତି,  ନିର୍ଣ୍ଣାୟକ ନିଷ୍ପତି ନେବାର ସମୟ ଆସି ଯାଇଛି । ଆମେ ନେତା ବାଛିବାକୁ ଯାଉଛୁ କି କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡ଼ି ବାରମ୍ବାର କହୁଛି ବିଜେପିର କିଛି ବରିଷ୍ଠ ନେତା ଯେପରି କି ମୁଁ ଓ ଧର୍ମେନ୍ଦ୍ର ବାବୁ ବିକାଶକୁ ବିରୋଧ କରୁଛୁ । କିନ୍ତୁ ବିକାଶର କାର୍ଯ୍ୟକୁ ବିରୋଧ କରୁନି ବିଜେପି । ବିକାଶ କରିବାର ତାରିକାକୁ ବିରୋଧ କରୁଛି ବିଜେପି ।

Advertisment

ଜଗନ୍ନାଥ ପରିକ୍ରମା ପ୍ରୋଜେକ୍ଟ ୪୨୦୦ କୋଟିର ବଜେଟ ରାଜ୍ୟ ରଜକୋଷରୁ ସରକାର ଖର୍ଚ୍ଚ କଲେ । ଦକ୍ଷିଣ ଭାରତୀୟ ଆର୍କିଟେକ ଚର୍ ଭୂମିପୁତ୍ରକୁ ସରକାର ଦାୟିତ୍ଵ ଦେଲେ ବୋଲି ରାଜ୍ୟ ସରକାର କହିଲେ । ମାତ୍ର ସେହି ସଂସ୍ଥାର ୱେବସାଇଟରେ କିଛି ମଧ୍ୟ ସଠିକ୍ ତଥ୍ୟ ଦିଆଗଲା ନାହିଁ ।

ରାଜ୍ୟ ସରକାର ଏବଂ ସାନ ବାବୁ ଯିଏକି ବଡ଼ ବାବୁ ହେବାକୁ ବିଫଳ ଚେଷ୍ଟା କରୁଛନ୍ତି ତାଙ୍କୁ ପ୍ରଶ୍ନ କାହିଁକି ଏଏସଆଇର ୧୯୫୮ ଆକ୍ଟରେ ଥିବା ନିୟମକୁ ଉଲଂଘନ କରି ଶହେ ମିଟର ପରିଧି ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ନେଇ କାମ ଆରମ୍ଭ କରି ସଂସ୍ଥାର ୱେବସାଇଟରେ ଭୁଲ DPR ଦେଲେ । ପୁରୀ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କାହିଁକି ତିଆରି କରାଗଲାନି DPR । ରାଜ୍ୟ ସରକାର ବିଜେପିକୁ କାହିଁକି ଧନ୍ୟବାଦ୍ ଦେଲେ ନାହିଁ ।

ଏମାରମଠ , ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ, ଭଳି ୭ଶହ ରୁ ୮ସହ ବର୍ଷର ପୁରୁଣା ମଠକୁ କାହିଁକି ଭାଙ୍ଗି ଦେଲେ ରାଜ୍ୟ ସରକାର । ଓଡ଼ିଶାର ଅସ୍ମିତାକୁ ଏହା କୁଠାରାଘାତ । 

ବିଗତ ୫ ବର୍ଷ ହେଲାଣି ଶାସନ ବ୍ୟବସ୍ଥ ହାଇଜାକ୍ ହୋଇଗଲାଣି। ଲଗାତର ୫ ବର୍ଷ ସାନ ବାବୁଙ୍କ ଅନୁମତି ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ଭବ ନୁହେଁ । ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ମନ୍ତ୍ରୀ, ଡିଜି ପୁଲିସ୍‌ ବି ଏହି ଭଦ୍ର ବ୍ୟକ୍ତିଙ୍କ ଅନୁମତି ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି। କାହିଁକି ସାନ ବାବୁଙ୍କ ଅନୁମତି ବିନା କହିବି ଭେଟି ପାରିବେନି ମୁଖ୍ୟମନ୍ତ୍ରୀଙ୍କୁ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ।

ବିଜେଡ଼ି ନିଜ ଘୋଷଣାପତ୍ରରେ ଉଲ୍ଲେଖ କରିଛି ସରକାର ଆସିଲେ ମାଗଣା ବିଜୁଲ ଦେବେ । କିନ୍ତୁ ଆଜ୍ଞା ଏବେ ଓଡ଼ିଶାରେ ପ୍ରତି ୟୁନିଟ୍ ପିଛା ୨.୮୨ପଇସା ନେଉଥିବା ବେଳେ ଚେନ୍ନାଇ ଭଳି ରାଜ୍ୟ ରେ ୟୁନିଟ ପିଛା ୨.୫୨ ପଇସା। ଅହେତୁକ ବିଜୁଳି ଦର ରାଜ୍ୟବାସୀଙ୍କୁ କଷ୍ଟ ଦେଲାଣି । ଏହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ କାହିଁକି ମାତ୍ରାଧିକ ବିଜୁଳି ଦର ସରକାର ନେଉଛନ୍ତି ।

ଓଡ଼ିଶାରେ ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଥିବା ବେଳେ ରାଜ୍ୟ କିନ୍ତୁ ବିଭିନ୍ନ କ୍ଷେତ୍ରରେ ଏବେ ବି ପଛରେ ପଡ଼ି ଯାଇଛି। ଆନ୍ତର୍ଜାତିକ ଶ୍ରମ ଅର୍ଗାନାଇଜେସନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୪୨% ଯୁବକଯୁବତୀ ବେରୋଜଗାର ଅଛନ୍ତି। ୨୨ଟି ରାଜ୍ୟରେ ବେକାରି ସମସ୍ୟାକୁ ନେଇ ସର୍ବେକ୍ଷଣ କରାଯାଇଥିଲା। ଓଡ଼ିଶା ଏହି ତାଲିକାରେ ନମ୍ବର ୱାନରେ ରହିଛି ବୋଲି କହିଛନ୍ତି ସାଂସଦ। 

Bjp Aparajita Sarangi 2024 General Election Loka Sabha Election 2024 Odisha Assembly Election 2024