Advertisment

ରାଜ୍ୟ ସରକାରଙ୍କୁ ସଂସ୍କାରର ପାଠ ପଢ଼ାଇଲେ ଅପରାଜିତା ଷଡ଼ଙ୍ଗୀ

ସ୍ୱାତୀ ଜେନା ରାଜ୍ୟ ସରକାରଙ୍କୁ ସଂସ୍କାରର ପାଠ ପଢ଼ାଇଲେ ଅପରାଜିତା ଷଡ଼ଙ୍ଗୀ। ସରକାରଙ୍କୁ ସାଧାରଣ ଜ୍ଞାନ ପଢ଼ିବାକୁ ପରାମର୍ଶ ଦେଲେ ସାଂସଦ। ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ କିପରି ସମ୍ମାନ ଦିଆଯାଏ, ତାହା ରାଜ୍ୟ ସରକାର ଶିକ୍ଷିବା ଆବଶ୍ୟକ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ। ରାଜଧାନୀ ପ୍ରତିଷ୍ଠା ଦିବସ ସାମରୋହରେ ଭୁବନେଶ୍ୱର ସାଂସଦଙ୍କୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ସେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପ୍ରଶ୍ନ କରିଛନ୍ତି। ମୌଖିକ ଭାବେ ଡ଼କାଗଲା ନାହିଁ କି […]

ଅଦ୍ୟତନ ହୋଇଛି
ୱାନ ନେସନ୍, ୱାନ ଇଲେକ୍ସନ ପାଇଁ ବିଜେପିର ସଜବାଜ

aparajita sarangi

Advertisment

ସ୍ୱାତୀ ଜେନା

ରାଜ୍ୟ ସରକାରଙ୍କୁ ସଂସ୍କାରର ପାଠ ପଢ଼ାଇଲେ ଅପରାଜିତା ଷଡ଼ଙ୍ଗୀ। ସରକାରଙ୍କୁ ସାଧାରଣ ଜ୍ଞାନ ପଢ଼ିବାକୁ ପରାମର୍ଶ ଦେଲେ ସାଂସଦ। ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ କିପରି ସମ୍ମାନ ଦିଆଯାଏ, ତାହା ରାଜ୍ୟ ସରକାର ଶିକ୍ଷିବା ଆବଶ୍ୟକ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ। ରାଜଧାନୀ ପ୍ରତିଷ୍ଠା ଦିବସ ସାମରୋହରେ ଭୁବନେଶ୍ୱର ସାଂସଦଙ୍କୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ସେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପ୍ରଶ୍ନ କରିଛନ୍ତି। ମୌଖିକ ଭାବେ ଡ଼କାଗଲା ନାହିଁ କି ନିମନ୍ତ୍ରଣପତ୍ରରେ ସାଂସଦଙ୍କ ନାମ ରଖାଗଲା ନାହିଁ। ଏହା କେଉଁ ପ୍ରକାର ସାଂସ୍କାର ବୋଲି ଟ୍ୱିଟ୍‌ କରି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା।

Advertisment

https://twitter.com/AprajitaSarangi/status/1514170540415602691?s=20&t=Vg9aHux5RrhF9xqX7Anz1w

ଭୁବନେଶ୍ୱରରୁ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରିତ ହେବା ତାଙ୍କ ଅଧିକାର। ତାଙ୍କୁ କାହିଁକି ଏଥିରୁ ବାଦ୍ ଦିଆଗଲା? ତା’ର ଏକ ବିଧିବଦ୍ଧ ତଦନ୍ତ କରିବାକୁ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଛନ୍ତି। ସାଂସଦଙ୍କୁ ଡ଼କା ନଯିବା ପଛରେ କେଉଁ ବ୍ୟକ୍ତି ଉତ୍ତରଦାୟୀ? ତାକୁ ତଦନ୍ତ କରି ବାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କଠାରୁ ଚିଠିର ପ୍ରତ୍ୟୁତ୍ତର ମଧ୍ୟ ଆଶା କରିଛନ୍ତି। କାରଣ ତାଙ୍କୁ ଭୋଟ୍‌ ଦେଇଥିବା ଭୁବନେଶ୍ୱରବାସୀ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି।

Advertisment

କରୋନା ପାଇଁ ଗତ ୨ ବର୍ଷ ହେଲା ନିରାଡ଼ମ୍ବର ଭାବେ ପାଳନ ହେଉଥିଲା ରାଜଧାନୀ ପ୍ରତିଷ୍ଠା ଦିବସ। ତେବେ ଚଳିତବର୍ଷ ସମାରୋହକୁ ଧୂମ୍‌ଧାମରେ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ମିଳିତ ଭାବେ ମୁଖ୍ୟଶାସନ ସଚିବଙ୍କ ସହ ଏନେଇ ବୈଠକ କରିଥିଲେ। ସମାରୋହ ପୂର୍ବରୁ ତିନି ତିନି ଥର ବୈଠକ ବସିଥିଲା।

ରାଜଧାନୀ ପ୍ରତିଷ୍ଠା ଦିବସର ଆୟୋଜକଙ୍କ ସହ ରାଜ୍ୟ ସରକାର ସହଯୋଗର ହାତ ବଢାଇ ପ୍ରତିଷ୍ଠା ଦିବସର ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅତିଥିଙ୍କ ତାଲିକା ଓ କାର୍ଯ୍ୟସୂଚୀ ନେଇ ନିମନ୍ତ୍ରଣପତ୍ର ଛପାଗଲା। ନିମନ୍ତ୍ରଣପତ୍ରରେ ୧୬ ଜଣଙ୍କ ନାଁ ରହିଥିଲା। ୩ ଆୟୋଜକଙ୍କ ବାଦ ବାଚସ୍ପତି ସୂର୍ଯ୍ୟ ନାୟରାୟଣ ପାତ୍ର, ରାଜ୍ୟ ସରକାରଙ୍କ ୪ ଜଣ ମନ୍ତ୍ରୀ, ୨ ଜଣ ସ୍ଥାନୀୟ ବିଧାୟକ, ବିଏମ୍‌ସି ମେୟର ଓ କମିଶନର, ଟୁଇନସିଟି ପୁଲିସ୍‌ କମିଶନର, ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ଓ ନିର୍ଦ୍ଦେଶକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା।

ହେଲେ ରାଜଧାନୀ ଭୁବନେଶ୍ୱରରୁ ନିର୍ବାଚିତ ଲୋକସଭା ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କୁ ଡ଼କାଗଲା ନାହିଁ। ତାଙ୍କ ନାଁକୁ କୌଣସି ସ୍ଥାନରେ ରଖାଗଲା ନାହିଁ। ଏ କଥା ଖୋଦ୍‌ ଅପରାଜିତା ଟ୍ୱିଟ୍‌ କରି ନିଜ ଦୋଷ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି। କାହିଁକି ଜଣେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରାଜିତାଙ୍କ ଟ୍ୱିଟ୍‌ର ଉତ୍ତର ଏଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ନାହିଁ। ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ବେଶ୍‌ ଚତୁରତାର ସହ ଦେଇଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକପଣ୍ଡା। ସେ କହିଛନ୍ତି, “ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ନେଇ ହେବ କଥା। ମୁଁ ଆଶା କରିବି, ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ୱରର ତିନି ଜଣ ନିର୍ବାଚିତ ବିଧାୟକ, ମେୟରଙ୍କୁ ସାମିଲ କରି ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବା କଥା।” ହେଲେ ସାଂସଦଙ୍କ ପାଇଁ ପଦୁଟିଏ କହିଲେ ନାହିଁ ମନ୍ତ୍ରୀ ମହାଶୟ। ସାମ୍ବାଦିକ ଏ ନେଇ ବାରମ୍ୱାର ପ୍ରଶ୍ନ କରିବାରୁ ମନ୍ତ୍ରୀ କହିଲେ, “ଯାହା ନିୟମ ରହିଛି ସମସ୍ତଙ୍କୁ ସାମିଲ କରିବା କଥା। ଆଗାମୀ ଦିନରେ କାର୍ଯ୍ୟକ୍ରମ ଟିକେ ଶୃଙ୍ଖଳିତ ହେବା ଉଚିତ୍। ଏ ନେଇ କୌଣସି ରାଜନୀତିକରଣ କରାଯାଉ ନାହିଁ।”

ସେପଟେ ରାଜଧାନୀ ପ୍ରତିଷ୍ଠା ଦିବସର ଆୟୋଜକ ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି, ଭୁବନେଶ୍ୱର ବିକାଶରେ ଅପରାଜିତାଙ୍କର ନିଶ୍ଚିତ ଭାବେ ଏକ ମୂଲ୍ୟବାନ ପଦକ୍ଷେପ ରହିଛି। ଏହାକୁ ଅସ୍ୱୀକାର କରି ହେବନାହିଁ। କିନ୍ତୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା କି ନାହିଁ ମୁଁ ଜାଣି ନାହିଁ। କାରଣ ଚଳିତବର୍ଷ ପ୍ରତିଷ୍ଠା ଦିବସ ସମାରୋହ ଅଧିକ ସରକାରୀ କାର୍ଯ୍ୟକ୍ରମ କହିଲେ ଭୁଲ୍‌ ହେବନାହିଁ। ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଆଦି ଏ ନେଇ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।“

ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ସ୍ଥାନୀୟ ସଂସାଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ଡ଼କା ନ ଯିବାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, “ଅପରାଜିତା ପ୍ରଶ୍ନ ଉଠାଇ ଠିକ୍‌ କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଦେବାକୁ ଚାହେଁ, ଭୁବନେଶ୍ୱରରେ ଯେତିକି କାର୍ଯ୍ୟକ୍ରମ ହେଉଛି ସାଂସଦ ଓ ବିଧାୟକଙ୍କୁ ଡ଼କା ଯାଉନାହିଁ। ଅଥଚ ପୂର୍ବତନ ବିଧାୟକଙ୍କୁ ଡ଼କା ଯାଉଛି। ଏହା କଣ ତାଙ୍କ ପୈତୃକ ସମ୍ପତ୍ତି? ଏହା କେବଳ ଗଣତନ୍ତ୍ରର ହତ୍ୟା ବୋଲି କୁହାଯିବ।“

ସେହିପରି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ କହିଛନ୍ତି, “ଏହା ଅତ୍ୟନ୍ତ ନିନ୍ଦନୀୟ କଥା। ଏଭଳି ହୀନମନ୍ୟତା କେବଳ ବିଜେଡିରେ ଦେଖାଦେଇଥାଏ। ଭାବୁଛି ସାରା ଭାରତ ବର୍ଷରେ ଏପରି ହୀନମନ୍ୟତା କୋଉଁଠି ଦେଖାଯାଇନଥିବ। ଯେହେତୁ ସାଂସଦ ବିଜେପି ଦଳର ତାଙ୍କୁ ଡକାଗଲା ନାହିଁ। ରାଜନୈତିକ ହୀନମନ୍ୟତା ଏତେ ତଳକୁ ଖସି ନଯାଉ, ଯାହା ଦ୍ୱାରା ସାଧାରଣ ଲୋକ ଆପଣଙ୍କୁ ଆଙ୍ଗୁଳି ଟେକି କହିବେ।”

ସେପଟେ ଅପରାଜିତାଙ୍କ ଘନ ଘନ ଟ୍ୱିଟିକୁ ନେଇ ମଧ୍ୟ ସୋଶାଲ ମିଡ଼ିଆରେ ବେଶ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭୁବନଶ୍ୱର ସଂସଦୀୟ କ୍ଷେତ୍ରରେ ୭ଟି ଯାକ ବିଧାୟକ ବିଜେଡିରେ ହୋଇଥିବା ବେଳେ ଅପରାଜିତା ବିଜେପି ଟିକେଟରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଗତ ଦିନରେ ଭୁବନେଶ୍ୱରର ବିକାଶଠାରୁ ଆରମ୍ଭ କରି ପୁରୀରେ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରି ଚାଲିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଯାହାକି ସପକାରଙ୍କ ପାଇଁ ବଡ଼ କଣ୍ଟା ସାଜିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe