Advertisment

ପାଣ୍ଡିଆନଙ୍କ ନାଁ ନନେଇ ବର୍ଷିଲେ ଅପରାଜିତା: କହିଲେ- କାହା ଦାସତ୍ୱ ସ୍ୱୀକାର କରିଛନ୍ତି ବିଜେଡି ମନ୍ତ୍ରୀ ଓ ନେତା

ରାଜ୍ୟରେ ଏବେ ଯେଉଁ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ସେଥିପାଇଁ ବାହାର ରାଜ୍ୟର ଲୋକମାନେ ଆମ ଉପରେ ହସୁଛନ୍ତି ।

Aparajita Sarangi

Aparajita Sarangi

Advertisment

ଜଣେ ସଚିବସ୍ତରର ନିମ୍ନପଦସ୍ଥ ଅଧିକାରୀ  ଚଂଚକତା କରି ରାଜ୍ୟର ଶାସନ ବ୍ୟବସ୍ଥାକୁ ହାଇଜାକ୍ କରି ନେଇଛନ୍ତି । ଲୋକେମାନେ ଯେଉଁ ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ସେମାନେ ଏବେ ଦିଶୁନାହାନ୍ତି । ଓଡ଼ିଶାରେ ଏଭଳି ବିଚିତ୍ର ଶାସନ ବ୍ୟବସ୍ଥାକୁ ନେଇ ଅନ୍ୟ ରାଜ୍ୟରେ ବି ଲୋକେ କଥା ହେଲେଣି । ବିଜେଡିର ନେତା,ମନ୍ତ୍ରୀ,ବିଧାୟକ,ସାଂସଦ ସବୁ ଏବେ କାହା ଦାସତ୍ୱ ସ୍ୱୀକାର କରିଛନ୍ତି ଓ ସେମାନଙ୍କୁ ଏହି ଦାସତ୍ୱ ସ୍ୱୀକାର କରିବା ପାଇଁ କାହିଁକି ବାଧ୍ୟ କରାଯାଇଛି ବୋଲି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

Advertisment

ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ କଡ଼ା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ତାଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ରାଜ୍ୟରେ ଏବେ ଯେଉଁ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ସେଥିପାଇଁ ବାହାର ରାଜ୍ୟର ଲୋକମାନେ ଆମ ଉପରେ ହସୁଛନ୍ତି ।  ଏହି ସଚିବସ୍ତରୀୟ ଅଧିକାରୀ ହେଲିକପ୍ଟରରେ ଜିଲ୍ଲା ବୁଲିବାକୁ କିଏ ଅନୁମତି ଦେଇଛି, ଟଙ୍କା କେଉଁଠୁ ଆସୁଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଦାସତ୍ୱ ଏତେମାତ୍ରାରେ ରହିଛି ଯେ ଏହି ନିମ୍ନ ପଦସ୍ଥ ଅଧିକାରୀ ଜିଲ୍ଲା ଗସ୍ତରେ ଯିବାର ୨/୩ଦିନ ପୂର୍ବରୁୁ ମନ୍ତ୍ରୀ ଓ ବିଧାୟକମାନେ ସେଠାକୁ ଯାଇ ବ୍ୟବସ୍ଥା କରୁଛନ୍ତି । ସମ୍ପୃକ୍ତ ଅଧିକାରୀ ପବ୍ଲିକ ମିଟିଂରେ ଯୋଗ ଦେବାବେଳେ କୌଣସି ଲୋକ ପ୍ରତିନିଧିଙ୍କୁ ମଂଚରେ ଦେଖିବାକୁ ମିଳୁନି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଛନ୍ତି ବୋଲି ଲୋକଙ୍କୁ କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଭଳି ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ଯିଏକି ସଚିବସ୍ତରରେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଏଭଳି ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିବାକୁ ଅନୁମତି ଦେଲେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ସତରେ କ’ଣ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି, ଯଦି ହଁ ତାହା ସ୍ପଷ୍ଟ କରନ୍ତୁ । ୨୩ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀଙ୍କର କ’ଣ ରାଜ୍ୟର ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ସହ ଅମଲାତନ୍ତ୍ର ଉପରେ ଭରସା ପାଇଲା ନାହିଁ ଯେ ଜଣେ ନିମ୍ନପଦସ୍ଥ ଅଧିକାରୀଙ୍କୁ ଏଭଳି କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି । ଖୋଲାଖୋଲି ଭାବେ ସମ୍ପୃକ୍ତ ଅଧିକାରୀ ଅଲଇଣ୍ଡିଆ ସର୍ଭିସ ରୁଲସକୁ ଉଲ୍ଲଘଂନ କରୁଛନ୍ତି ।

ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସ୍ ୧୨(୧)ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ କୌଣସି ସର୍ବଭାରତୀୟ ସେବା ଅଧିକାରୀ ପବ୍ଲିକ ମିଟିଂରେ ଯୋଗ ଦେଇପାରିବେ ନାହିଁ କିମ୍ବା ସର୍ବସାଧାରଣରେ ପ୍ରଶଂସା ସାଉଁଟିପାରିିବେ ନାହିଁ । ସେହିପରି ସର୍ଭିସ ରୁଲସ ୫(୧)ରେ ମଧ୍ୟ ଏସବୁ ପାଇଁ ବାରଣ ରହିଛି।ତଥାପି ସମ୍ପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି । ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି ।  ସରକାରୀ ଚାକିରି କରିବ, ସରକାରଙ୍କଠୁ ଦରମା ନେଇ ରାଜନୀତି କରିବ । ଯଦି ରାଜନୀତି କରିବାକୁ ଇଚ୍ଛା, ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ ।

Advertisment

ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦାସତ୍ୱ ସ୍ୱୀକାର କରିବାକୁ ପଡ଼ୁଛି । ବିଜେଡିର ବିଧାୟକ ଓ ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି । ମନ୍ତ୍ରୀ , ବିଧାୟକ ଓ ସାଂସଦମାନେ ନିଜ ଅଂଚଳରେ କୌଣସି ଘୋଷଣା କରିପାରୁନାହାନ୍ତି । ସବୁ ଘୋଷଣା ଏହି ନିର୍ଦ୍ଦିଷ୍ଟ ସଚିବସ୍ତରର ଅଫିସର କରୁଛନ୍ତି । ଏହା କିଭଳି ବ୍ୟବସ୍ଥା । ଲୋକପ୍ରତିନିଧିଙ୍କ ଘୋଷଣାକୁ ଅମଲା କାର୍ଯ୍ୟକାରୀ କରନ୍ତି । କିନ୍ତୁ ଏଠି ତ ଅମଲା ନିଜେ ଘୋଷଣା କରୁଛନ୍ତି । ଏହା ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ଆତ୍ମସମ୍ମାନ ଉପରେ କୁଠାରଘାତ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆମ ସମସ୍ତଙ୍କର ସମ୍ମାନର ପ୍ରଶ୍ନ । ଓଡ଼ିଶାବାସୀଙ୍କ ଆତ୍ମସମ୍ମାନର ପ୍ରଶ୍ନ । କାହିଁକିି ସେମାନେ ଏଭଳି ଦାସତ୍ୱ ସ୍ୱୀକାର କରୁଛନ୍ତି? ୨୪ଘଣ୍ଟା ମଧ୍ୟରେ ବିଜୁ ଜନତା ଦଳର ବନ୍ଧୁମାନେ ମୁଁ ପଚାରିଥିବା ପ୍ରଶ୍ନର ଜବାବ ରଖନ୍ତୁ । ଅଲଇଣ୍ଡିଆ ସର୍ଭିସ ରୁଲସର ଉଲ୍ଲଘଂନ ହେଉଛି କି ନାହିଁ, ସଚିବସ୍ତରର ଅଫିସରଙ୍କୁ କିଏ ହେଲିକପ୍ଟର ଦେଇ ଜିଲ୍ଲାକୁ ପଠାଉଛି, ତାଙ୍କ ପାଇଁ କାହିଁକି ଜିଲ୍ଲାସ୍ତରରେ ପ୍ରାୟୋଜିତ ପବ୍ଲିକ ମିଟିଂ ହେଉଛି, କିଏ ସେସବୁ ପଇସା ଖର୍ଚ୍ଚ କରୁଛି । ତାଙ୍କୁ ସମ୍ବର୍ଦ୍ଧନା କିଏ ଦେଉଛି? ଜିଲ୍ଲାସ୍ତରରେ କ’ଣ ଏଭଳି ସମ୍ବର୍ଦ୍ଧନା ଓ ସଭାର ଆୟୋଜନ ମୁଖ୍ୟସଚିବଙ୍କ ପାଇଁ ହେଉଛି କି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

BjD Bjp Aparajita Sarangi Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe