Advertisment

'ମୁଁ ମୋ ଆରାଧ୍ୟ ଶିବାଜୀଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି'

ମହାରାଜ ଛତ୍ରପତି ଶିବାଜୀଙ୍କ ଚରଣରେ ମଥା ରଖି କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

undefined

PM Modi

Advertisment

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ମହାରାଷ୍ଟ୍ରର ପାଲଘରରେ ଏକ କାର୍ଯ୍ୟକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ଏ ସ୍ଥାନରେ ପହଞ୍ଚିବା କ୍ଷଣି ଶିବାଜୀଙ୍କ ନିକଟରେ କ୍ଷମା ମାଗିଥିଲି।" 

ସେ ଆହୁରି କହିଛନ୍ତି, ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ବୋଲି ଭାବନ୍ତି ଏବଂ ଏହି ଘଟଣାକୁ ନେଇ ଗଭୀର ଆଘାତ ପାଇଛନ୍ତି, ମୁଁ ମୁଣ୍ଡ ନୁଆଁଇ ସେମାନଙ୍କୁ କ୍ଷମା ମାଗୁଛି। ଆମ ପାଇଁ ଆମ ଦେବତାଙ୍କଠାରୁ ବଡ଼ କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରକାଶ ଥାଉକି, ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀଙ୍କର ୩୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଅଗଷ୍ଟ ୨୬ରେ ଏହି ଷ୍ଟାଚ୍ୟୁ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ଆଜି କଣ୍ଟ୍ରାକ୍ଟରଙ୍କୁ ଗିରଫ କରାଯାଇଛି। 

ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ସହଯୋଗରେ ମୂର୍ତ୍ତି ନିର୍ମାଣ କରାଯାଇଥିଲା ଏଥିପାଇଁ ମୋଟ ୨.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ହେଲେ ମୂର୍ତ୍ତି ନିର୍ମାଣକୁ ବର୍ଷେ ପୂରି ନ ଥିବାବେଳେ ଗତ ସୋମବାର ଭୁଶୁଡ଼ି ପଡ଼ିଥିଲା। ଏନେଇ ମାଲଭାନ ପୁଲିସ୍‌ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନିମ୍ନମାନର କାର୍ଯ୍ୟ ପାଇଁ ମୂର୍ତ୍ତି ଭୁଶୁଡ଼ି ପଡ଼ିଥିବା ପୂର୍ତ୍ତ ବିଭାଗ ଅଭିଯୋଗ କରିଥିଲା। ଅଭିଯୋଗ କ୍ରମେ ଆଜି ପୁଲିସ କଣ୍ଟ୍ରାକ୍ଟରଙ୍କୁ ଗିରଫ କରିଛି। 

Narendra Modi Shivaji PM On Statue Collapse Shivaji Statue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe