Advertisment

ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା

ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଟଙ୍କା। ଏହି ପର୍ଯ୍ୟାୟରେ ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା।

ଅଦ୍ୟତନ ହୋଇଛି
Subhadra Money

Subhadra Money

Advertisment

ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତରୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଟଙ୍କା। ଏହି ପର୍ଯ୍ୟାୟରେ ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଜି ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

Advertisment

ଗତ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ଦିନ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।  

ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହିତାଧିକାରୀଙ୍କୁ ଗତ ୯ ତାରିଖରେ ମିଳିଥିଲା ପ୍ରଥମ କିସ୍ତି ଟଙ୍କା। ଉକ୍ତ ଦିନ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିଲେ। ପ୍ରଥମ ଦୁଇ ପର୍ଯ୍ୟାୟରେ ଏଯାବତ ପ୍ରାୟ ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ରାଜ୍ୟ ସରକାର କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବାକୁ ଲକ୍ଷ୍ୟ ରଖିଥିବା ଜଣାଯାଇଛି।

Advertisment

ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଥିବାରୁ ତା’ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏହି ପର୍ଯ୍ୟାୟରେ କେତେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ତାହା ସ୍ପଷ୍ଟ ହୋଇ ପାରିନି।

ରାଜ୍ୟର ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଉଦ୍ଦେଶ୍ୟରେ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇ ସାରିଛନ୍ତି । ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ରାସନକାର୍ଡ (ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା) ଡାଟାବେସରେ ନିଶ୍ଚିତ ନାମ ଥିବାର ମାନଦଣ୍ଡକୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇସାରିଛି। ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଯାଇଥିଲା। ଏହି ଖାରଜ ହୋଇଥିବା ଆବେଦନର ପରୀକ୍ଷାନିରୀକ୍ଷା କରାଯିବ। ସେଥିପାଇଁ ସୁଭଦ୍ରା ଯୋଜନାର ଗାଇଡଲାଇନରେ ସଂଶୋଧନ କରାଯାଉଥିବା କହିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe