Advertisment

ସିଏମଓରେ ଆଉ ଜଣେ ଅଫିସରଙ୍କୁ ନିଯୁକ୍ତି

ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଉପସଚିବ ଦେବୀପ୍ରସାଦ ମିଶ୍ରଙ୍କୁ ତତ୍କାଳ ପ୍ରଭାବରୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ନିୟୋଜିତ କରାଯାଇଛି।

ଅଦ୍ୟତନ ହୋଇଛି
undefined

Loka Seva Bhavan

Advertisment

ରାଜ୍ୟର ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଆଜି ଆଉ ଜଣେ ଅଫିସରଙ୍କୁ ନିଯୁକ୍ତି ମିଳିଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପସଚିବ ଦେବୀପ୍ରସାଦ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ବଦଳି ହୋଇଛି । ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଜୁନ୍ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ ।

Advertisment

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଉପସଚିବ ଦେବୀପ୍ରସାଦ ମିଶ୍ରଙ୍କୁ ତତ୍କାଳ ପ୍ରଭାବରୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ନିୟୋଜିତ କରାଯାଇଛି । ଶ୍ରୀ ମିଶ୍ର ତାଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ନଗର ଉନ୍ନୟନ ବିଭାଗରୁ ପାଇବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଶନିବାର ବରିଷ୍ଠ ଓଏଏସ୍ ଚିତ୍ରସେନ ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଓ ବରିଷ୍ଠ ଓଏଫଏସ୍ ଉମେଶଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା । କେନ୍ଦୁଝର ଉପଜିଲ୍ଲାପାଳ ଓଏଏସ୍ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଓଡ଼ିଶା ସଚିବାଳୟ ସେବାର ବିନୋଦ ବିହାରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁସଚିବ ଏବଂ ଅତିରିକ୍ତ ବ୍ୟକ୍ତିଗତ ସହାୟକ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତମାସ ୧୨ତାରିଖରେ ଦାୟିତ୍ୱ ନେଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି । ରାଜ୍ୟ ଅତିଥି ଭବନରେ ସେ ନିଜର ଅସ୍ଥାୟୀ ଅଫିସ୍ କରିଛନ୍ତି ।

Advertisment
Loka Seva Bhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe