Advertisment

ଆଳୁ କ’ଣ କେବଳ ପଶ୍ଚିମବଙ୍ଗରେ ଅଛି?

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ, ତେବେ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ଆଳୁ ମାଗିବନି।

Advertisment

ଆଳୁ କ’ଣ କେବଳ ପଶ୍ଚିମବଙ୍ଗରେ ଅଛି? ଆଉ ଦୁନିଆରେ କେଉଁଠି ନାହିଁ? ଉତ୍ତର ପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଯାଇଛି। ଆଜି ବି ଆସିଛି। ଆଳୁ ପାଇଁ କିଛି ଚିନ୍ତା କରିବାର ନାହିଁ। ଖାଉଟି ମାନଙ୍କ ପାଖରେ ଆଳୁ କେମିତି ପହଞ୍ଚିବ, ସେ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଓଡ଼ିଶା ସୀମାରୁ ପଶ୍ଚିମବଙ୍ଗ ସରକାର ଆଳୁ ଭର୍ତ୍ତି ଟ୍ରକ୍ ଫେରାଇ ନେବା ପରେ ଏମିତି ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe