Advertisment

ନରେନ୍ଦ୍ର ସିଂହ ତୋମାରଙ୍କ ଇସ୍ତଫା, ଅର୍ଜୁନ ମୁଣ୍ଡା ନୂଆ କୃଷି ମନ୍ତ୍ରୀ

ପୂର୍ବରୁ କୃଷି ମନ୍ତ୍ରୀ ଭାବେ କାମ କରୁଥିବା ସାଂସଦ ନରେନ୍ଦ୍ର ସିଂହ ତୋମାର ଇସ୍ତଫା ଦେଇଛନ୍ତି।

arjun Munda

arjun Munda

Advertisment

କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାକୁ ନୂଆ ଦାୟିତ୍ୱ ମିଳିଛି। ସେ ଆଦିବାସୀ ମନ୍ତ୍ରଣାଳୟ ସହ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ କାମ କରିବେ। ପୂର୍ବରୁ କୃଷି ମନ୍ତ୍ରୀ ଭାବେ କାମ କରୁଥିବା ସାଂସଦ ନରେନ୍ଦ୍ର ସିଂହ ତୋମାର ଇସ୍ତଫା ଦେଇଛନ୍ତି।

Advertisment

ସେ ସାଂସଦ ପଦରୁ ଇସ୍ତଫା ଦେବାରୁ ତାଙ୍କ ମନ୍ତ୍ରୀ ପଦ ମଧ୍ୟ ଯାଇଛି। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ତୋମାର ଦିମାନି ଆସନରୁ ବିଜୟୀ ହୋଇଥିଲେ। ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସାଂସଦ ପଦ ଛାଡ଼ିଛନ୍ତି। ତେଣୁ ଏବେ ଅର୍ଜୁନ ମୁଣ୍ଡା ଦେଶର ନୂଆ କୃଷି ମନ୍ତ୍ରୀ ହୋଇଛନ୍ତି।

ଅର୍ଜୁନ ମୁଣ୍ଡା ହେଉଛନ୍ତି ଝାରଖଣ୍ଡର ୩ ଥରର ମୁଖ୍ୟମନ୍ତ୍ରୀ। ୨୦୧୯ ମେ’ ମାସରେ ତାଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା। ଏବେ ସେ କୃଷି ମନ୍ତ୍ରୀ ପଦ ପାଇଛନ୍ତି।

Advertisment

ଗୁରୁବାର ନରେନ୍ଦ୍ର ସିଂହ ତୋମାରଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରି ନେଇଛନ୍ତି। ଏଥିସହ ଅର୍ଜୁନ ମୁଣ୍ଡାଙ୍କ ଅତିରିକ୍ତ ମନ୍ତ୍ରୀ ପଦ ନିଯୁକ୍ତି ଉପରେ ମଧ୍ୟ ମୋହର ମାରିଛନ୍ତି।

Cabinate Reshuffle Arjun Munda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe