Advertisment

ପ୍ରାୟ ୩୬ ଲକ୍ଷ ଲୋକ ‘ଦାନା’ ପ୍ରଭାବିତ, ନଭେମ୍ବର ୨ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବାତ୍ୟା ‘ଦାନା’ରେ ୩୫ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ପ୍ରଭବିତ ହୋଇଛନ୍ତି। ନଭେମ୍ବର ୨ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ କହିଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Minister Suresh Pujari

Minister Suresh Pujari

ବାତ୍ୟା ‘ଦାନା’ରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକ, ୧୬୭୧ ଗ୍ରାମ ପଂଚାୟତ। ସେହିପରି ୩୧ ସହରର ୪୨୬ ୱାର୍ଡକୁ ପ୍ରଭାବିତ କରିଛି ‘ଦାନା’। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ବାତ୍ୟାରେ ସମୁଦାୟ ୩୫ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ପ୍ରଭବିତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ନଭେମ୍ବର ୨ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ ବୋଲି କହିଛନ୍ତି ମନ୍ତ୍ରୀ।

Advertisment

ମନ୍ତ୍ରୀ ଆହୁରି କହିଛନ୍ତି, ବାତ୍ୟା ପୂର୍ବରୁ ୮ ଲକ୍ଷ ୧୦ ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୧ ଲକ୍ଷ ୨୫ ହଜାର ୯୧ଟି ଘର ସଂପୂର୍ଣ୍ଣ ବା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ବଣ୍ଟନ କରାଯାଇଛି। ସେହିପରି ବାତ୍ୟା ସମୟରେ ୬୨୧୦ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଥିବାବେଳେ ଆଜି ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ରହିଛି। ରିଲିଫ ସେଣ୍ଟରରେ ଆହୁରି ୭ ଦିନ ଯାଏଁ ରୋଷେଇ ଚାଲିବ। ଘର କାମ ନସରିବା ଯାଏଁ ପ୍ରଭାବିତମାନେ ରିଲିଫ ସେଣ୍ଟରରେ ଆସି ଖାଇ ପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ବୁଢାବଳଙ୍ଗ ନଦୀ ସତର୍କ ସ୍ତରର ୦.୩୫ ମିଟର ଉପରେ ବହୁଛି। ହେଲେ ବିପଦ ସଂକେତ ନାହିଁ। ଜଳ ନିଷ୍କାସନ ଆହୁରି ଗତିଶୀଳ ହେବ ଏବଂ ସତର୍କ ସ୍ତର ତଳକୁ ଖସିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, SRCଙ୍କ ପାଖକୁ ପ୍ରଭାବିତ ୧୪ ଜିଲ୍ଲାର ଜିଲ୍ଲାପାଳମାନେ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଗ ଅନୁକୂଳ ରହିଲେ ଆସନ୍ତାକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ।

Advertisment

ବାତ୍ୟା କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ଦିଆଯିବ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କେନ୍ଦ୍ରୀୟ ଟିମ ମଧ୍ୟ ଆସି ଅନୁଧ୍ୟାନ କରିବେ। ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବ। ପକ୍କା ଘର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅଛି। ହେଲେ ଏହା ବନ୍ୟା ବାତ୍ୟାରେ ଭାଙ୍ଗିଯାଉଛି। ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ଦେବେ ଜିଲ୍ଲାପାଳ।

Cyclone Disaster Management Suresh Pujari Cyclone Dana