Advertisment

ଆଜି ଓଡ଼ିଶା ଆସିବେ ଅରୁଣ ଗୋଭିଲ୍

ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Arun Govil

Arun Govil

 ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର। ଆଜି ଓଡ଼ିଶାରେ ପ୍ରଚାର କରିବେ ବିଜେପି ନେତା ତଥା ରାମାୟଣ ସିରିଏଲର ରାମ
ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସେ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ। ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ଯୋଗଦେବେ।

Advertisment

ସେହିଭଳି ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସୁଛନ୍ତି।  ଚିଲିକା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଲେପୁର କୁଳିଆରେ ଜନସଭା କରିବେ ଯୋଗୀ ଆଦିତ୍ୟନାଥ। ସକାଳ ୧୦ଟା ସମୟରେ ଯୋଗୀଙ୍କ ସହ ଏହି ସଭାରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମାହାଙ୍ଗା
ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ ଓ ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯୋଗୀଙ୍କର ଏହି ପ୍ରଚାର ଉପକୂଳ ଓଡ଼ିଶାରେ
ପ୍ରଭାବ ପକାଇବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ।

ସେହିପରି କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ସଭାରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମ ମଧ୍ୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଦେବଗଡ଼, ବଡବିଲ, ଚୌ ଦ୍ୱାର ଓ ବଡମ୍ବାରେ ସଭା କରିବେ। 

Advertisment
Bjp 2024 General Election Loka Sabha Election 2024 Odisha Assembly Election 2024