Advertisment

ଅରୁଣ ପଟ୍ଟନାୟକ ଉତ୍ତରାଧିକାରୀ ହେବେ ନା ସାନ୍ତ୍ୱନା ଦେବାକୁ ଆସିବେ

ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ଭୁବନେଶ୍ୱର ଆସିବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Arun Patnaik

Arun Patnaik

Advertisment

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ ଦଳର ନେତୃତ୍ୱ ନେବା ପାଇଁ ଓଡ଼ିଶା ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ଚର୍ଚ୍ଚା ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି। ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

Advertisment

ସୂଚନା ଅନୁସାରେ, ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଖୁବ୍ ଶୀଘ୍ର ଭୁବନେଶ୍ୱର ଆସି଼ପାରନ୍ତି। ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ। ବିମାନ ବନ୍ଦରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)  ପାଣ୍ଡିଆନଙ୍କୁ ରିସିଭ୍ କରିଥିଲେ। ନବୀନ ନିବାସରେ କିଛି ସମୟ ବିତାଇବା ପରେ ପାଣ୍ଡିଆନ ଓ ବବି ନିଜ ନିଜ ଘରକୁ ଫେରିଛନ୍ତି ।

ତେବେ ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗକୁ ଧୂଳିସାତ କରି ବିପୁଳ ବିଜୟ ହାସଲ କରି ରାଜ୍ୟରେ ବିଜେପି ଆସନ୍ତା ୧୦ତାରିଖରେ ନିଜର ସରକାର ଗଢ଼ିବାକୁ ଯାଉଥିବାବେଳେ ବିଜେଡିର ଏହି ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ସବୁ ମହଲରେ ଦାୟୀ କରାଯାଉଛି । ବିଜେଡିରେ ପାଣ୍ଡିଆନବିରୋଧୀ ସ୍ୱର ଅଧିକ ଶାଣିତ ହେବାରେ ଲାଗିଛି । ଦଳର ଏଭଳି ଦୁର୍ବଳ ପ୍ରଦର୍ଶନ ପରେ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ସିଧାସଳଖ ଦଳର ବିଧାୟକ ଓ ପରାଜିତ ପ୍ରାର୍ଥୀ ଓ ଅନ୍ୟମାନଙ୍କୁ ସିଧାସଳଖ ଭେଟୁଛନ୍ତି । କିନ୍ତୁ ଏହି ସାକ୍ଷାତ ସମୟରେ ପାଣ୍ଡିଆନଙ୍କୁ ଦୂରେଇ ରଖାଯାଇଛି ।

Advertisment

ତେବେ ଗତ ସପ୍ତାହରେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହେଁ ବୋଲି ନବୀନ କହିସାରିଥିବାରୁ ଏବେ ଅରୁଣଙ୍କୁ ଆଣି ବିଜେଡି ପକ୍ଷରୁ ଦଳକୁ ବଂଚାଇବାର ପ୍ରୟାସ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା । ବିଜେଡିର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଲାଗି ରହିଥିବାରୁ ବୋଧହୁଏ ନବୀନ ସକ୍ରିୟ ଥିବା ଅବସ୍ଥାରେ ଅରୁଣଙ୍କୁ ଦଳର ନେତୃତ୍ୱ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ କହୁଛି ।

ତେବେ ଦୀର୍ଘ ୨୭ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ଏବେ ମୁଖ୍ୟମନ୍ତ୍ରୀ ପଦ ଯିବାପରେ କାଳେ ମାନସିକସ୍ତରରେ ଭାଙ୍ଗି ପଡ଼ିବେ ସେଥିପାଇଁ ସାନ୍ତ୍ୱନା ଦେବାକୁ ତାଙ୍କ ପରିବାର ସଦସ୍ୟ(ଅରୁଣ) ଭୁବନେଶ୍ୱର ଖୁବ ଶୀଘ୍ର ଆସିପାରନ୍ତି ଅନ୍ୟ ଏକ ଗୋଷ୍ଠୀ କହୁଛି । ଅରୁଣ ୨-୩ଦିନ ରହି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଅରୁଣଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ରାଜନୀତିରେ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ ଜଣାଇଥିଲେ ।ଏବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କ’ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର। ଆଜି ସନ୍ଧ୍ୟାରେ ପାଣ୍ଡିଆନଙ୍କ ସହ ଅରୁଣ ଆସିଛନ୍ତି ବୋଲି ପ୍ରଥମେ ଜୋରଦାର ଚର୍ଚ୍ଚା ହୋଇଥିଲା। କିନ୍ତୁ ପରେ ଏହି ଖବର ମିଛ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେଡିର ବିପର୍ଯ୍ୟୟ ପରେ ଗଣମାଧ୍ୟମଠୁ ଦୂରେଇ ରହୁଥିବା ଭିକେ ପାଣ୍ଡିଆନ ଗତ ବୁଧବାର ରାତିରେ ଦିଲ୍ଲୀ ପଳାଇଥିଲେ ଓ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe