ଲୋକସଭା ଲଢ଼ିବେ ଅରୁଣ ଓ ପ୍ରତାପ ଦେବ, କସରତ୍ ଆରମ୍ଭ

ପୁରୀ ଜିଲ୍ଲାର ଦୁଇ ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା ଓ ମହେଶ୍ୱର ମହାନ୍ତି ଏବେ ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ମହେଶ୍ୱର ଓ ସଞ୍ଜୟଙ୍କ ପ୍ରଭାବ ମଧ୍ୟ ପୁରୀ ଜିଲ୍ଲାର ଏହି ୫ଟି ବିଧାନସଭା ସିଟ୍ ଉପରେ ରହିଛି ।

Arun And Pratap

ବିଜେଡି ନେତା ଅରୁଣ ସାହୁ ଓ ପ୍ରତାପ ଦେବ

Ordigital Desk
  • Published: Thursday, 04 May 2023
  • Updated: 04 May 2023, 10:16 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ଲୋକସଭା ଆସନ ଜିଣିବା ଉପରେ ଦଳ ଗୁରୁତ୍ୱ ଦେବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ଡାକି ସୂଚନା ଦେବା ପରେ ଏବେ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କସରତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଉପକୂଳ ଓଡ଼ିଶାର ପୁରୀ, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରଭାବଶାଳୀ ନେତାଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଥିବାବେଳେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳୀୟ ସୁପ୍ରିମୋଙ୍କୁ ଅବଗତ କରିସାରିଛନ୍ତି ଓ କେନ୍ଦ୍ରାପଡ଼ା ଆସନରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଦଳ ପୁନଃ ଟିକେଟ୍ ଦେବାର ସମ୍ଭାବନା କ୍ଷୀଣ । ସେହିପରି କଟକ, ଭୁବନେଶ୍ୱର ଓ ଢେଙ୍କାନାଳ ଲୋକସଭା ଆସନରେ ମଧ୍ୟ ଦଳ ନିଜର ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରିବ ବୋଲି ଆଭାସ ମିଳିଛି । ଆଉ ଦୁଇ ପ୍ରଭାବଶାଳୀ ନେତା ଅରୁଣ ସାହୁଙ୍କୁ ପୁରୀ ଓ ପ୍ରତାପ କେଶରୀ ଦେବଙ୍କୁ କେନ୍ଦ୍ରାପଡ଼ାରେ ବିଜେଡି ଲୋକସଭା ପ୍ରାର୍ଥୀ କରିପାରେ ବୋଲି ଜଣାପଡ଼ିଛି ।

ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଚଳିତଥର ଅଧିକ ସଂଖ୍ୟକ ଲୋକସଭା ଆସନ ଉପରେ ଗୁରୁତ୍ୱ ଦେବାକୁ ଦଳୀୟ ନେତା ଓ ଦଳର ରଣନୀତିକାରଙ୍କୁ ଡାକି ଗତ ୨ମାସ ପୂର୍ବରୁ ରୋକଠୋକ୍ ଜଣାଇ ସାରିଛନ୍ତି । ଜାତୀୟ ରାଜନୀତିକୁ ଦୃଷ୍ଟିରେ ରଖି ନବୀନ ଏଭଳି ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଥିବାବେଳେ ଉପକୂଳ ଓଡ଼ିଶାର ସମସ୍ତ ଲୋକସଭା ସିଟକୁ ନିଜ ପାଖରେ ରଖିବା ବିଜେଡି ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସେହି ଦୃଷ୍ଟିରୁ ଦଳର  ପୁରୀ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରି କସରତ ଆରମ୍ଭ କରିଥିବା ସୂଚନା ମିଳିଛି । ପୁରୀ ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ସିଟ୍ ମଧ୍ୟରୁ ନୟାଗଡ଼ ଓ ରଣପୁର ସିଟ୍ ନୟାଗଡ଼ ଜିଲ୍ଲାରେ ଥିବାବେଳେ ପିପିଲି, ପୁରୀ, ଚିଲିକା, ସତ୍ୟବାଦୀ ଓ ବ୍ରହ୍ମଗିରି ସିଟ୍ ପୁରୀ ଜିଲ୍ଲାରେ ରହିଛି । ପୁରୀ ଜିଲ୍ଲାର ଦୁଇ ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା ଓ ମହେଶ୍ୱର ମହାନ୍ତି ଏବେ ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ମହେଶ୍ୱର ଓ ସଞ୍ଜୟଙ୍କ ପ୍ରଭାବ ମଧ୍ୟ ପୁରୀ ଜିଲ୍ଲାର ଏହି ୫ଟି ବିଧାନସଭା ସିଟ୍ ଉପରେ ରହିଛି ।

Also Read

୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଆସନରେ ବିଜେଡିର ପିନାକୀ ମିଶ୍ରଙ୍କୁ ବିଜେପିର ସମ୍ବିତ ପାତ୍ର କଡ଼ା ଟକ୍କର ଦେଇଥିଲେ । ପିନାକୀ ୫.୩୮ଲକ୍ଷ ଭୋଟ୍ ପାଇଥିବାବେଳେ ସମ୍ବିତ ୫.୨୬ଲକ୍ଷ ଭୋଟ୍ ପାଇଥିଲେ । ପୁରୀ ଜିଲ୍ଲା ବିଜେଡିର ଗଡ଼ ହୋଇଥିଲେ ସୁଦ୍ଧା ପିନାକୀ ମାତ୍ର ୧୧୭୧୪ଖଣ୍ଡ ଭୋଟରେ  ବିଜୟୀ ହୋଇଥିଲେ । ଏହି ଭୋଟ୍ ବ୍ୟବଧାନ ଓ ପୁରୀ ସଂସଦୀୟ ଆସନରେ ବିଜେଡିର ସାଂଗଠନିକ ସ୍ଥିତିକୁ ଦୃଷ୍ଟିରେ ରଖି ଦଳ ଆଗାମୀ ସାଧାରଣ ନିର୍ବାଚନରେ ନିଜର ପ୍ରଭାବଶାଳୀ ନେତା ଅରୁଣ ସାହୁଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି । ଅରୁଣଙ୍କର ଉଭୟ ନୟାଗଡ଼ ଓ ରଣପୁର ବିଧାନସଭାରେ ପ୍ରଭାବ ରହିଛି । ତା’ଛଡ଼ା ପୁରୀ ଜିଲ୍ଲାର କିଛି ବିଧାନସଭା ସିଟରେ ବି ତାଙ୍କର ନିଜସ୍ୱ ନେଟୱାର୍କ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଲୋକସଭା ଆସନରେ ଅରୁଣଙ୍କୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସଞ୍ଜୟଙ୍କୁ ଦଳ ଇତିମଧ୍ୟରେ ମ୍ୟାନେଜ୍ କରିସାରିଛି ଓ ନବୀନଙ୍କ ବୁଝାସୁଝା ପରେ ସଞ୍ଜୟଙ୍କ ମାନଭଞ୍ଜନ ହୋଇଛି । ତେବେ ମହେଶ୍ୱରଙ୍କ ମତିଗତି ଏବେବି ଅସ୍ପଷ୍ଟ ରହିଛି । ତେଣୁ ପୁରୀ ଲୋକସଭା ଆସନରେ ସମ୍ବିତଙ୍କୁ ଟକ୍କର ଦେବାକୁ ଅରୁଣ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି ବିଜେଡି ଚିନ୍ତା କରି ଏବେଠୁ ଗୁଇନ୍ଦା ଇନପୁଟ୍ ସଂଗ୍ରହ କରୁଥିବା ସୂଚନା ମିଳିଛି ।

ସେହିପରି କେନ୍ଦ୍ରାପଡ଼ାରେ ବିଜେପିର ହେଭିୱେଟ୍ ନେତା ବୈଜୟନ୍ତ ପଣ୍ଡା ଥିବାରୁ ତାଙ୍କୁ କଡ଼ା ଟକ୍କର ଦେବାକୁ ବିଜେଡି ଏବେ ଦଳର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଆଗକୁ ଆଣିବାକୁ ଯୋଜନା କରିଛି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ପାରିବାରିକ ବିବାଦ କାରଣରୁ ଦଳୀୟ ସଂଗଠନରେ ଅଲୋଡ଼ା ରହିଥିବାରୁ ତାଙ୍କୁ ପୁଣି ଟିକେଟ୍ ଦେବା ସପକ୍ଷରେ ବିଜେଡି ନାହିଁ । ତେଣୁ ବୈଜୟନ୍ତଙ୍କୁ କଡ଼ା ଟକ୍କର ଦେବାକୁ ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ବିଜେଡିରେ ମିଶିବା ଅପେକ୍ଷାରେ ଥିବା ଜଣେ ପୂର୍ବତନ ବିଧାୟକଙ୍କୁ ଆଳି ବିଧାନସଭା ସିଟରୁ ବିଜେଡି ପ୍ରାର୍ଥୀ କରାଇ ପ୍ରତାପ ଦେବଙ୍କୁ କେନ୍ଦ୍ରାପଡ଼ା ଲୋକସଭା ସିଟରୁ ପ୍ରାର୍ଥୀ କରାଇବାକୁ ରଣନୀତି କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ,  ଅରୁଣ ୪ଥର ବିଧାନସଭାକୁ ନିର୍ବାଚିତ ହୋଇ ୩ଥର ମନ୍ତ୍ରୀ ରହି ସାରିଥିବାବେଳେ ପ୍ରତାପ ଦେବ ୪ଥର ବିଧାନସଭାକୁ ଓ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ଏହି ଦୁଇ ନେତାଙ୍କୁ ଉଭୟ ସଂସଦୀୟ କ୍ଷେତ୍ରରେ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବା ନେଇ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଦଳ ପକ୍ଷରୁ ଖୁବଶୀଘ୍ର ସଙ୍କେତ ଦିଆଯିବ ବୋଲି ଜଣାପଡ଼ିଛି । ବିଜେଡି ଆଗାମୀ ସାଧାରଣ ନିର୍ବାଚନରେ ଦଳର କିଛି ହେଭିୱେଟ ନେତାଙ୍କୁ ଦିଲ୍ଲୀ ପଠାଇ ଜାତୀୟସ୍ତରରେ ବିଜେଡିର ସ୍ୱରକୁ ଅଧିକ ଶାଣିତ କରାଇବା ଉଦ୍ଦେଶ୍ୟରେ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story