Advertisment

ଜୁନ ୪ ନୁହେଁ, ଜୁନ ୨ରେ ଏହି ଦୁଇ ରାଜ୍ୟରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ

ଜୁନ ୪ ବଦଳରେ ଜୁନ ୨ ଅର୍ଥାତ ଆସନ୍ତାକାଲି ଏହି ଦୁଇ ରାଜ୍ୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଓଡ଼ିଶା ଓ ଆନ୍ଧ୍ର ବିଧାନସଭା ନିର୍ବାଚନର ଫଳାଫଳ ଜୁନ ୪ ତାରିଖରେ ଘୋଷଣା କରାଯିବ।

author-image
Hemant Lenka
Vote

Vote

ଆଜି ଦେଶରେ ଶେଷ ହୋଇଛି ସାଧାରଣ ନିର୍ବାଚନ। ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଦେଶର ୫୪୩ ଲୋକସଭା ଆସନ ସହ ଓଡ଼ିଶା, ଆନ୍ଧ୍ର, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହୋଇଛି।

Advertisment

ନିର୍ବାଚନ କମିଶନ ଘୋଷଣା କରିଥିଲେ ଯେ ଜୁନ ୪ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ତେବେ ଏଥିରେ ସାମାନ୍ୟ ସଂଶୋଧନ ହୋଇଛି। ସମସ୍ତ ଲୋକସଭା ଆସନର ରେଜଲ୍ଟ ୪ ତାରିଖରେ ପ୍ରକାଶ ପାଇବାକୁ ଯାଉଥିବା ବେଳେ ସିକ୍କିମ ଓ ଅରୁଣାଚଳ ବିଧାନସଭା ନିର୍ବାଚନ ରେଜଲ୍ଟ ଆଗୁଆ ପ୍ରକାଶ ପାଇବ।

ଜୁନ ୪ ବଦଳରେ ଜୁନ ୨ ଅର୍ଥାତ ଆସନ୍ତାକାଲି ଏହି ଦୁଇ ରାଜ୍ୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଓଡ଼ିଶା ଓ ଆନ୍ଧ୍ର ବିଧାନସଭା ନିର୍ବାଚନର ଫଳାଫଳ ଜୁନ ୪ ତାରିଖରେ ଘୋଷଣା କରାଯିବ।

Advertisment

ଅରୁଣଚଳ ପ୍ରଦେଶର ସମସ୍ତ ୬୦ ବିଧାନସଭା ଆସନ ଓ ସିକ୍କିମର ୩୨ଟି ବିଧାନସଭା ଆସନ ପାଇଁ ଗତ ଏପ୍ରିଲ ୧୯ ତାରିଖରେ ଭୋଟିଂ ହୋଇଥିଲା। ଅରୁଣାଚଳ ପ୍ରଦେଶରେ ଏବେ ବିଜେପି କ୍ଷମତାରେ ରହିଛି। ବିଜେପି ସମସ୍ତ ୬୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ କେବଳ ୧୯ଟି ଆସନରେ ନେତାଙ୍କୁ ଟିକେଟ ଦେଇଥିଲା।

ଏନପିପି ଓ ଏନସିପିର ମଧ୍ୟ ଏଠାରେ ବେଶ ଦବଦବା ରହିଛି। ୬୦ଟି ଆସନରୁ ବିଜେପି ନିର୍ଦ୍ୱନ୍ଦ୍ୱରେ ୧୦ଟି ଆସନ ଜିତି ସାରିଛି। ତେଣୁ ବିଜେପି ଏଠାରେ ପୁଣି ସରକାର ଗଢ଼ିବା ଏକପ୍ରକାରର ନିଶ୍ଚିତ ହୋଇଛି।

ସିକ୍କିମରେ ବିଜେପି ଓ କଂଗ୍ରେସର ସେତେଟା ଦବଦବା ନାହିଁ। ଏଠାରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ଓ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ମଧ୍ୟରେ ଲଢ଼େଇ ହେଉଛି। ସିକ୍କିମରେ ଏଥର ୭୯.୮୮% ଭୋଟିଂ ହୋଇଥିଲା। ୨୦୧୯ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ୧୭ଟି ଓ ଏସଡିଏଫ ୧୫ଟି ସ୍ଥାନରେ ବାଜିମାତ କରିଥିଲା। ଏବେ ପ୍ରେମ ସିଂହ ତମାଙ୍ଗ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଛନ୍ତି। 

Arunachal Pradesh Sikkim