Advertisment

ଅପରାଜିତାଙ୍କୁ ଅରୂପଙ୍କ ସମର୍ଥନ: ଗାଁ ଗହଳିରେ ବିଜେଡି କର୍ମୀ ଖୁସିରେ ନାହାନ୍ତି

ଆଉ ଦଳୀୟ କର୍ମକର୍ତ୍ତା ସଭାରେ ଏନେଇ ନିଜର କ୍ଷୋଭ ବ୍ୟକ୍ତ କରି ତୃଣମୂଳସ୍ତରରେ କର୍ମୀମାନେ ଖୁସିରେ ନାହାନ୍ତି ଓ ଅବହେଳିତ ଅବସ୍ଥାରେ ଅଛନ୍ତି ବୋଲି କହିଥିଲେ । ଯାହା ବିଜେଡି ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି ।

undefined

MP Aparajita Sarangi

Advertisment

ବିଜେଡିରେ ନେତା, ମନ୍ତ୍ରୀ ଓ କର୍ମୀମାନେ ଖୁସିରେ ନାହାନ୍ତି ତଥା ଜଣେ ନିମ୍ନପଦସ୍ଥ ସଚିବ ପାହ୍ୟାର କର୍ମଚାରୀଙ୍କ ଦାସତ୍ୱ ସ୍ୱୀକାର କରିଛନ୍ତି ବୋଲି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାହା ଅଭିଯୋଗ କରିଥିଲେ, ତାକୁ ଆଜି ବିଜେଡିର ପରାଜିତ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ପରୋକ୍ଷରେ ସମର୍ଥନ କରିଛନ୍ତି । ଆଉ ଦଳୀୟ କର୍ମକର୍ତ୍ତା ସଭାରେ ଏନେଇ ନିଜର କ୍ଷୋଭ ବ୍ୟକ୍ତ କରି ତୃଣମୂଳସ୍ତରରେ କର୍ମୀମାନେ ଖୁସିରେ ନାହାନ୍ତି ଓ ଅବହେଳିତ ଅବସ୍ଥାରେ ଅଛନ୍ତି ବୋଲି କହିଥିଲେ । ଯାହା ବିଜେଡି ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ଶଙ୍ଖ ଭବନରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଜେଡି ସାଂଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ୨୦୧୯ରେ ଭୁବନେଶ୍ୱର ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଥିଲେ ଯେ, ଉପରସ୍ତରରେ ନେତା ଠିକ୍ ଅଛନ୍ତି, କିନ୍ତୁ ତୃଣମୂଳସ୍ତରରେ ଦଳର କର୍ମୀମାନେ ନିଜକୁ ଅବହେଳିତ ଭାବୁଛନ୍ତି । ପରୋକ୍ଷରେ ସେ କର୍ମୀମାନେ ଖୁସିରେ ନଥିବା ଓ ସଂଗଠନରେ ଫାଟ ଥିବା ଆଡ଼କୁ ଇଙ୍ଗିତ କରିବାରୁ କାର୍ଯ୍ୟକାରିଣୀରେ ସାମିଲ ଥିବା ଦଳୀୟ କର୍ମକର୍ତ୍ତାମାନେ ତାଳିମାରି ଏହାକୁ ସ୍ୱାଗତ କରିଥିବା ଜଣାପଡ଼ିଛି । ଦଳର କାର୍ଯ୍ୟକାରିଣୀ ବୈଠକରେ ଅରୂପଙ୍କ ଏଭଳି ବୟାନକୁ ଗତ ମାସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କରିଥିବା ଅଭିଯୋଗ ସହ ମେଳ ଖାଉଛି ଓ ଅପରାଜିତାଙ୍କ ଅଭିଯୋଗ ସତ ବୋଲି ଅରୂପ ପରୋକ୍ଷରେ ପ୍ରମାଣିତ କରିଛନ୍ତି ।

ଚର୍ଚ୍ଚା ହେଉଛି, ଖୋର୍ଦ୍ଧା ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ବିଜେଡି କୋର୍ ଟିମ୍ ବୈଠକ ଗତ କିଛିଦିନ ତଳେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା । ଅରୂପ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ସେଠାକୁ ଡକାଯାଇନଥିଲା । ଯାହାକୁ ନେଇ ସେ ଆଜି ନିଜର କ୍ଷୋଭ ଏହି ବୟାନ ମାଧ୍ୟମରେ ରଖିଥିବା କୁହାଯାଉଛି ।

Advertisment

ସେହିପରି ରାଜ୍ୟସଭା ଯିବାର ପ୍ରତିଶ୍ରୁତି ପାଇଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହୋଇ ସେ ଟିକେଟ୍ ଆଶାୟୀ ଥିବାର ସଙ୍କେତ ଦେଇଛନ୍ତି । ତେବେ ମୁହଁ ଖୋଲିଲେ ‘ଦଳୀୟ ଟିକେଟ୍ କଟିଯିବ’ ବୋଲି ସେ ଗଣମାଧ୍ୟମ ଆଗରେ ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, “ ମୁଁ ବିନା ଟଙ୍କାରେ ଭୁବନେଶ୍ୱରରୁ ୫ଥର ଜିତିଛି । ମୋର ବୟସ ଅଛି, ଶକ୍ତି ଓ ସାମର୍ଥ୍ୟ ଅଛି । କାହିଁକି ଲଢ଼ିବି ନାହିଁ । ଦଳ ଯଦି ଚାହେଁ ନିଶ୍ଚିତ ଲଢ଼ିବି । କେଉଁଠି ଲଢ଼ିବି କହିପାରିବି ନାହିଁ । ମୁଁ କହିବି ମାନେ ମୋ ଟିକେଟଟା କଟିଯିବ । ମୋ ଟିକେଟ୍ ଥୁଆ ହୋଇଛି, ତୁମକୁ କହି ଟିକେଟଟା କାହିଁକି କାଟିବି ବୋଲି ଶ୍ରୀ ପାଟ୍ଟଶାଣୀ ସାମ୍ବାଦିକମାନଙ୍କୁ କହିଥିଲେ ।”

ସୂଚନାଯୋଗ୍ୟ, ଦୀର୍ଘ ୩ମାସରୁ ଅଧିକ ଦିନ ଧରି ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତିି ପାଇଥିବା ରବୀନ୍ଦ୍ର କୁମାର ଜେନା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ଆଜି ପ୍ରଥମଥର ପାଇଁ ଜିଲ୍ଲାର ନେତାମାନଙ୍କ ସହ ଶଙ୍ଖ ଭବନରେ ଏହି କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଥିଲା ।

Bjp State Bjp Aparajita Sadangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe