Advertisment

କେଜ୍ରିୱାଲଙ୍କ ବଡ଼ ଘୋଷଣା; ଆପ୍ ଜିତିଲେ ମନ୍ଦିର ପୂଜକଙ୍କୁ ଦେବ ମାସିକ ୧୮ ହଜାର ଦରମା

ଆମ୍ ଆଦମୀ ପାର୍ଟି ସରକାରକୁ ଫେରିଲେ ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦେବାକୁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ୩୧ ଡିସେମ୍ବରରୁ ନିଜେ ଆରମ୍ଭ କରିବେ ପଞ୍ଜିକରଣ।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ସରକାର ଆରମ୍ଭ କରିଥିବା ମହିଳା ସମ୍ମାନ ଯୋଜନାକୁ ନେଇ ବିବାଦ ଥମି ନଥିବାବେଳେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଆମ୍ ଆଦମୀ ପାର୍ଟି ସରକାରକୁ ଫେରିଲେ ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦେବାକୁ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। 

Advertisment

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି ଯେ, ପୂଜକ ଏବଂ ଗ୍ରନ୍ଥିମାନେ ଆମର ଧାର୍ମିକ ରୀତିନୀତିର ସଂରକ୍ଷକ ଅଟନ୍ତି। ଏମାନେ ସମାଜକୁ ନିଃସ୍ୱାର୍ଥପର ଭାବରେ ସେବା ପ୍ରଦାନ କରନ୍ତି। ହେଲେ ଦୁର୍ଭାଗ୍ୟଜନକ କଥା ହେଉଛି ସେମାନଙ୍କର ଆର୍ଥିକ ଅବସ୍ଥା ନେଇ କେହି କେବେ ଚିନ୍ତା କରୁନାହାନ୍ତି। ତେଣୁ ଆପ୍ ଶାସନକୁ ଫେରିଲେ ଏମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ। ଆସନ୍ତାକାଲି (୩୧ ଡିସେମ୍ବର)ଠାରୁ ଏଥିପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି କେଜ୍ରିୱାଲ କହିଛନ୍ତି। ସେ ନିଜେ ହନୁମାନ ମନ୍ଦିରରେ ଯାଇ ଏହାର ପଞ୍ଜିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି କହିଛନ୍ତି।

ପୂଜକ ଓ ଗ୍ରନ୍ଥିମାନଙ୍କ ଏହି ପଞ୍ଜିକରଣରେ ବାଧା ସୃଷ୍ଟି ନକରିବା ପାଇଁ କେଜ୍ରିୱାଲ ଗଣମାଧ୍ଯମରେ ବିଜେପିକୁ ଅନୁରୋଧ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଏହାକୁ ବନ୍ଦ କରିବା ପାପ ସହିତ ସମାନ ହେବ, କାରଣ ଈଶ୍ୱରଙ୍କ ନିକଟକୁ ସେମାନେ ହିଁ ଆମର ରାସ୍ତା। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛି ଆମ୍ ଆଦମୀ ପାର୍ଟି ସରକାର। ପ୍ରଥମେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପାଇଁ ସଞ୍ଜିବନୀ ଯୋଜନା ଓ ମହିଳାଙ୍କ ପାଇଁ ମହିଳା ସମ୍ମାନ ଯୋଜନା ପରେ ଏବେ ପୂଜକମାନଙ୍କ ପାଇଁ ମାସିକ ଦରମା ଯୋଜନା ଘୋଷଣା ପରେ ତେଜିଛି ରାଜନୀତି।

Advertisment

କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ଗିରଫ ଦାବି କଲେ କେଜ୍ରିୱାଲ
ଏହି ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶୀ ଅନୁପ୍ରବେଶକାରୀ ତଥା ରୋହିଙ୍ଗ୍ୟା ଭୋଟର ପ୍ରସଙ୍ଗରେ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି କେଜ୍ରିୱାଲ। କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ରବିବାର ଅଭିଯୋଗ କରିଥିଲେ ଯେ ବାଂଲାଦେଶୀ ରୋହିଙ୍ଗ୍ୟା ଭୋଟରଙ୍କ ଭୋଟ ପାଇଁ ଆପ୍ ସେମାନଙ୍କୁ ଦିଲ୍ଲୀରେ ବସାଇଛି। ଏ ପ୍ରସଙ୍ଗରେ କେଜ୍ରିୱାଲ କହିଛନ୍ତି ଯେ ଡ୍ରାମା କରିବା ବନ୍ଦ କରନ୍ତୁ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କୁ ଗିରଫ କରନ୍ତୁ। ଦିଲ୍ଲୀରେ କେଉଁଠାରେ ରୋହିଙ୍ଗ୍ୟାମାନଙ୍କୁ ଆଣି ରଖାଯାଇଛି, ସେ ସବୁ ତଥ୍ୟ ତାଙ୍କ ପାଖରେ ଅଛି। ଯଦି ଏତେ ସବୁ କଥା ବିଜେପି ଜାଣିଛି, ତାହାଲେ ସେମାନେ କାର୍ଯ୍ୟାନୁଷ୍ଠାନ କାହିଁ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ।

Arvind Kejriwal Bjp Salary For Priests Delhi Election Aam Aadmi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe