Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ

ଆସନ୍ତା ୨ ଦିନ ମଧ୍ୟରେ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଜେଲରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ। ଆସନ୍ତା ୨ ଦିନ ମଧ୍ୟରେ ସେ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲରେ ଥିଲେ ଅରବିନ୍ଦ କେଜ୍ରିୱାଲ। ଗତକାଲି ତାଙ୍କୁ ସୁପ୍ରିମକୋର୍ଟରୁ ବେଲ୍ ମିଳିିଥିଲା। ବେଲରେ ଆସିବା ପରେ ଆଜି କେଜ୍ରିୱାଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି।

ଗିରଫଦାରୀର ୬ ମାସ ମଧ୍ୟରେ ଇସ୍ତଫା ନେଇ ସେ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲେ। ଏପରିକି ସେ ଜେଲରେ ଥିବା ସମୟରେ ମଧ୍ୟ ବିରୋଧୀଙ୍କ ପକ୍ଷରୁ ଏକାଧିକ ବାର ଇସ୍ତଫା ନେଇ ଦାବି ଉଠିଥିଲା। କିନ୍ତୁ ସେ ଇସ୍ତଫା ଦେଇନଥିଲେ, ଜେଲରୁ ଥାଇ ମୁଖ୍ୟମନ୍ତ୍ରୀ ପଦର ପରିଚାଳନା କରିଥିଲେ। ହେଲେ ବେଲରେ ଆସିବା ପରେ ହଠାତ୍ ଇସ୍ତଫା ଘୋଷଣା କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି। 

Advertisment

ଇସ୍ତଫା ଘୋଷଣା କରି କେଜ୍ରିୱାଲ କହିଛନ୍ତି, "ଆସନ୍ତା ଦୁଇ ଦିନ ମଧ୍ୟରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି। ଜନତା ସେମାନଙ୍କର ନିଷ୍ପତ୍ତି ଘୋଷଣା ନକରିବା ପର୍ଯ୍ୟନ୍ତ ମୁଁ ସେହି ଆସନରେ ବସିବି ନାହିଁ। ଦିଲ୍ଲୀ ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ମୁଁ ଆଇନ ଅଦାଲତରୁ ନ୍ୟାୟ ପାଇଛି, ବର୍ତ୍ତମାନ ମୁଁ ଜନତାଙ୍କ ଅଦାଲତରୁ ନ୍ୟାୟ ପାଇବି।" 

ଲୋକଙ୍କ ନିର୍ଦ୍ଦେଶ ପରେ ଯାଇ ମୁଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବି ବୋଲି କେଜ୍ରିୱାଲ କହିଛନ୍ତି। ସେ ଆହୁରି କହିଛନ୍ତି, "ମୁଁ ଦିଲ୍ଲୀର ଲୋକଙ୍କୁ ପଚାରିବାକୁ ଚାହେଁ, କେଜ୍ରିୱାଲ ନିର୍ଦ୍ଦୋଷ ନା ଦୋଷୀ? ଯଦି ମୁଁ କାମ କରିଛି, ତେବେ ମୋତେ ଭୋଟ୍ ଦିଅନ୍ତୁ।"

ଇସ୍ତଫା ପରେ ଦଳର ଜଣେ ସଦସ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ବୋଲି କେଜ୍ରିୱାଲ କହିଛନ୍ତି। ଏହି ଅବସରରେ ବିଜେପି ଶାସନାଧୀନ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ପ୍ରବଳ ବର୍ଶିଛନ୍ତି କେଜ୍ରିୱାଲ। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ବ୍ରିଟିଶ ସରକାରଙ୍କ ତୁଳନାରେ ଅଧିକ ଏକଛତ୍ରବାଦ ଶାସନ ଚଳାଇଥିବା ସେ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ, ସେ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଥିବାରୁ ଗିରଫ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲେ। ବିଜେପି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ମୁଁ ଅଣବିଜେପି ସରକାରର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିବାକୁ ଚାହୁଁଛି, ଯଦି ସେମାନେ ଆପଣଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି ତେବେ ଆପଣମାନେ ଇସ୍ତଫା ଦିଅନ୍ତୁ ନାହିଁ। ଏହା ସେମାନଙ୍କର ନୂଆ ଗେମ୍ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

Arvind Kejriwal Delhi CM Arvind Kejriwal Resignation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe