କେଜ୍ରିୱାଲ ଓ ମାନଙ୍କ ବଡ଼ ଆନ୍ଦୋଳନ, କାଉଣ୍ଟର କରିବା ମୁଡରେ ବିଜେପି

ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହେବା ପୂର୍ବରୁ ୫ମ ଥର ପାଇଁ ଇଡି ସମନକୁ ବେଖାତିର କରିଥିବା କେଜ୍ରିୱାଲ ଗିରଫ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି।

aap

କେଜ୍ରିୱାଲ ଓ ମାନ (ଫାଇଲ ଫଟୋ)

Hemant Lenka
  • Published: Friday, 02 February 2024
  • Updated: 02 February 2024, 03:49 PM IST

ଚଣ୍ଡିଗଡ଼ ମେୟର ନିର୍ବାଚନ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ବାରମ୍ବାର ସମନ ଘଟଣାକୁ ନେଇ ଆପ ଓ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଚରମ ସୀମାରେ ପହଞ୍ଚିଛି। ଆଜି କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କ ନେତୃତ୍ୱରେ ଶତାଧିକ ଆପ୍‌ କର୍ମୀ ରାଜଧାନୀରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି।

ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହେବା ପୂର୍ବରୁ ୫ମ ଥର ପାଇଁ ଇଡି ସମନକୁ ବେଖାତିର କରିଥିବା କେଜ୍ରିୱାଲ ଗିରଫ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏଥିସହ ବିଜେପି ଚଣ୍ଡିଗଡ଼ ମେୟର ନିର୍ବାଚନ ଜିତିବାକୁ ହେରଫେର କରିଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି।

Also Read

ସେ କହିଛନ୍ତି, “ଯଦି ସେମାନେ ଛୋଟିଆ ନିର୍ବାଚନ ଜିତିବାକୁ ଏମିତି କରିପାରୁଛନ୍ତି, ତା’ହେଲେ ସେମାନେ ଲୋକସଭା ଓ ବିଧାନସଭା ନିର୍ବାଚନ ଜିତିବାକୁ କିଛି ବି କରିପାରନ୍ତି। ସେମାନଙ୍କ ପାଇଁ ଗଣତନ୍ତ୍ରର ଆବଶ୍ୟକ ନାହିଁ। ସେମାନେ କ୍ଷମତା ପାଇଁ ଦେଶକୁ ମଧ୍ୟ ବିକ୍ରି କରିଦେବେ। କିନ୍ତୁ ଆମେ ଦେଶକୁ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ଦେବୁ ନାହିଁ।” ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ମଧ୍ୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶତାଧିକ ଆପ କର୍ମୀ ରାଜଧାନୀର ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି। ସେମାନେ ଆପ ପତାକା ଧରିବା ସହ ବିଜେପି ବିରୋଧରେ ନାରାବାଜୀ କରିଛନ୍ତି। ସେହିପରି କିଛି ଆପ୍‌ କର୍ମୀ ଦିଲ୍ଲୀ ପୁଲିସ୍‌ର ବ୍ୟାରିକେଡ ଭାଙ୍ଗି ଆଗକୁ ଯାଉଥିବା ଦେଖିବାକୁ ମିଳୁଛି।

ଆପ୍‌ ଅଭିଯୋଗ କରିଛି ଯେ ଦଳର କର୍ମୀ ଓ ନେତାମାନଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଅନୁମତି ମିଳୁନି। ବିଜେପି ଏବେ କେଜ୍ରିୱାଲଙ୍କୁ ଡରିବା ଆରମ୍ଭ କରିଥିବା ମଧ୍ୟ ଆପ୍‌ର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ କହିଛନ୍ତି। ଆନ୍ଦୋଳନରେ ସାମିଲ ହେବାକୁ ଥିବା ଅନେକ ଆପ କର୍ମୀଙ୍କୁ ଦିଲ୍ଲୀ ପୁଲିସ୍‌ ଉଠାଇ ନେଇଥିବା ମଧ୍ୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଆପ୍‌ର ଏପରି ବିଶାଳ ବିକ୍ଷୋଭକୁ କାଉଣ୍ଟର କରିବାକୁ ବିଜେପି ମଧ୍ୟ ଶୋଭାଯାତ୍ରା କରିଛି। ଇଡି ସମନ ପାଇବା ପରେ ଆପ୍‌ ଓ କେଜ୍ରିୱାଲ ପୀଡ଼ିତ କାର୍ଡ ଖେଳୁଥିବା ବିଜେପି କହିଛି।

ବିଜେପି ପକ୍ଷରୁ ମଧ୍ୟ ଆପ ବିରୋଧରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ବିଜେପି କର୍ମୀମାନେ ମଧ୍ୟ କିଛି ସ୍ଥାନରେ ପୁଲିସ୍‌ ବ୍ୟାରିକେଡ ଭାଙ୍ଗି ଆଗକୁ ଯାଉଥିବା ଭିଜୁଆଲ ସାମ୍ନାକୁ ଆସିଛି।

ଦୁଇ ଦଳ ବିକ୍ଷୋଭକୁ ଦେଖି ଦିଲ୍ଲୀ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ଆପ ଓ ବିଜେପି ମୁଖ୍ୟାଳୟ ନିକଟରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

ଆଜିର ବିକ୍ଷୋଭ ଯୋଗୁ ରାଜଧାନୀରେ ଟ୍ରଫିକ ଜାମ ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ହଜାରରୁ ଅଧିକ ପୁଲିସ୍‌ ଓ ଅର୍ଦ୍ଧ ସାମରିକ ବାହିନୀର ଯବାନ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story