Advertisment

ସ୍ୱାତୀ ମାଲିୱାଲ ମାମଲା: ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

କେଜ୍ରିୱାଲଙ୍କୁ ଦେଖା କରିବାକୁ ସ୍ୱାତୀ ତାଙ୍କ ବାସଭବନକୁ ଯାଇଥିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପିଏ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Kejriwal

Kejriwal

Advertisment

ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ପୂରା ଘଟଣାରେ ନିରପେକ୍ଷ ତଦନ୍ତ ହେବ ବୋଲି ଆଶା ରଖିଥିବା କହିଛନ୍ତି।

Advertisment

କେଜ୍ରିୱାଲଙ୍କୁ ଦେଖା କରିବାକୁ ସ୍ୱାତୀ ତାଙ୍କ ବାସଭବନକୁ ଯାଇଥିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପିଏ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେଜ୍ରିୱାଲଙ୍କ ପିଏ ବୈଭବ କୁମାରଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରି ସାରିଛି।

ଆଜି କେଜ୍ରିୱାଲ କହିଛନ୍ତି, “ଘଟଣା ଏବେ ତଦନ୍ତ ପର୍ଯ୍ୟାୟରେ ରହିଛି। ଏହା ଉପରେ ମତ ରଖିବା ଠିକ ନୁହେଁ। କିନ୍ତୁ ମୁଁ ନିରପେକ୍ଷ ତଦନ୍ତ ଆଶା କରୁଛି। ନ୍ୟାୟ ମିଳିବା ଦରକାର। ଘଟଣାରେ ଦୁଇଟି ଦିଗ ରହିଛି। ପୁଲିସ୍‌ ଉଭୟ ଦିଗକୁ ଭଲ ଭାବେ ଯାଞ୍ଚ କରିବା ଉଚିତ। ନ୍ୟାୟ ହେବା ଦରକାର।”

Advertisment

ମେ’ ୧୩ରେ ସ୍ୱାତୀଙ୍କୁ ବୈଭବ କୁମାର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେ ପରିୟଡରେ ଥିବା କହିଥିଲେ ହେଁ ବୈଭବ କୁମାର କିଛି ବି ଶୁଣି ନଥିଲେ। ଆକ୍ରମଣ ପରେ ତାଙ୍କ ହାତ ଫୁଲି ଯାଇଥିଲା ଓ ସେ ଠିକ ଭାବେ ଚାଲି ବି ପାରୁ ନଥିଲେ ବୋଲି କହିଥିଲେ। ଏହାର ତଦନ୍ତ ଏବେ ଦିଲ୍ଲୀ ପୁଲିସ୍‌ କରୁଛି।

ଅନ୍ୟପକ୍ଷରେ ସ୍ୱାତୀ ମାଲିୱାଲ କହିଛନ୍ତି, “ଗତକାଲି ଦଳର ଜଣେ ବଡ଼ ନେତାଙ୍କ ଫୋନ ଆସିଥିଲା। ଦଳରେ ଥିବା ସମସ୍ତଙ୍କୁ ସ୍ୱାତୀଙ୍କ ବିରୋଧରେ କହିବାକୁ କେମିତି ଚାପ ପକା ଯାଉଛି, ସେକଥା ସେ ମୋତେ କହିଥିଲେ।

ବ୍ୟକ୍ତିଗତ ଫଟୋ ଶେୟାର କରି ମୋତେ ଦୁର୍ବଳ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଯଦି କେହି ମୋତେ ସମର୍ଥନ କରିବେ, ତା’ହେଲେ ତାଙ୍କୁ ଦଳରୁ ମଧ୍ୟ ବହିଷ୍କାର କରି ଦିଆଯିବାର ଚେତାବନୀ ଦିଆଯାଇଛି।

କିଛି ଜଣଙ୍କୁ ସାମ୍ବାଦିକ ସମ୍ମିଳନୀ ଓ ଆଉ କିଛି ଜଣଙ୍କ ସୋଶାଲ ମିଡିଆରେ ପୋଷ୍ଟ କରିବା କାମ ଦିଆଯାଇଛି। ଆମେରିକାରେ ଥିବା ସ୍ୱେଚ୍ଛାସେବୀଙ୍କୁ ମଧ୍ୟ କଲ କରାଯାଉଛି ଓ ମୋ ବିରୋଧରେ କେଉଁଠି କ’ଣ ଅଛି, ସେସବୁ ଯୋଗାଡ଼ କରାଯାଉଛି।”

Delhi Arvind Kejriwal Swati Maliwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe