Advertisment

ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?

ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଦ୍ୟତନ ହୋଇଛି
Kejriwal

Kejriwal

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ଭୋଟ ହେବ। ଏହାପୂର୍ବରୁ ବିଜେପି ଓ ଆପ୍‌ ମଧ୍ୟରେ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆପ୍‌ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ ଲକ୍ଷ୍ୟରେ ରହିଥିବା ବେଳେ ବିଜେପି ୨୬ ବର୍ଷର ବ୍ୟବଧାନ ପରେ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଚାହୁଁଛି।

Advertisment

ନିର୍ବାଚନ ଜିତିବାକୁ ବିଜେପି ସବୁ ପ୍ରକାରର ଉଦ୍ୟମ ମଧ୍ୟ ଜାରି ରଖିଛି। ଏସବୁ ଭିତରେ ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶନିବାର କେଜ୍ରିୱାଲ ଦାବି କରିଛନ୍ତି ଯେ ବିଜେପି ଖୁବଶୀଘ୍ର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ରମେଶ ବିଧୁରୀଙ୍କ ନାଁ ଘୋଷଣା କରିବ। ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କେଜ୍ରିୱାଲ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀ ଓ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ବିଧୁରୀଙ୍କୁ କେଜ୍ରିୱାଲ କଟାକ୍ଷ ମଧ୍ୟ କରିଛନ୍ତି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, “ଆମେ ଜାଣିବାକୁ ପାଇଛୁ ଯେ ରମେଶ ବିଧୁରୀଙ୍କ ନାଁ ବିଧିବଦ୍ଧ ଭାବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯିବ। ଦିନେ କି ଦୁଇ ଦିନ ମଧ୍ୟରେ ବିଜେପି ବିଧୁରୀଙ୍କ ନାଁରେ ମୋହର ମାରିବ। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯାଉଥିବା ବିଧୁରୀଙ୍କୁ ମୁଁ ଆଗୁଆ ଶୁଭେଚ୍ଛା ଜଣାଉଛି।”

କେଜ୍ରିୱାଲ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଦିଲ୍ଲୀର ସାଂସଦ ଥିବା ବେଳେ ସେ କ’ଣ ସବୁ କରିଛନ୍ତି, ସେନେଇ ପ୍ରଶ୍ନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ରମେଶ ବିଧୁରୀ ସାଂସଦ ଥିବା ବେଳେ ଦିଲ୍ଲୀ ପାଇଁ କ’ଣ ସବୁ କରିଛନ୍ତି, ସେକଥା ସମସ୍ତଙ୍କୁ ଜଣାଇବା ଦରକାର। ଦିଲ୍ଲୀ ପାଇଁ ତାଙ୍କର ଲକ୍ଷ୍ୟ ଓ ସ୍ୱପ୍ନ କ’ଣ?“

କେଜ୍ରିୱାଲଙ୍କ କହିବା କଥା ଯେ ଆପ୍‌ ଓ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ମଧ୍ୟରେ ଗୋଟିଏ ବିତର୍କ ଦିଲ୍ଲୀବାସୀଙ୍କ ଆଗରେ ହେବା ଦରକାର।

Arvind Kejriwal Delhi Assembly Election AAP Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe