Advertisment

ଆଠ ଥର ଫାଙ୍କିବା ପରେ ପୁଣି କେଜ୍ରିୱାଲଙ୍କୁ ଡକାଇଲା ଇଡି

ଇଡିର ସମନକୁ ଏଡାଇବାକୁ ନେଇ ଗତକାଲି କୋର୍ଟ କେଜ୍ରିୱାଲଙ୍କୁ ବେଲ୍ ଦେଇଛନ୍ତି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ଅବକାରୀ ନୀତିରେ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଛି। କେଜ୍ରିୱାଲ ବାରମ୍ବାର ଇଡିର ସମନକୁ ଏଡାଇ ଚାଲିଥିବା ବେଳେ ନବମ ଥର ପାଇଁ ସମନ ଜାରି କରିଛି ଇଡି।

Advertisment

ଜେରା ପାଇଂ ଆସନ୍ତା ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ କାର୍ଯ୍ୟାଳୟକୁ ଡକାଇଛି। ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୮ ଥର ସମନ ପଠାଇ ସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି।

ଫଳରେ ଏହାକୁ ନେଇ ଇଡି ଅଧିକାରୀ କୋର୍ଟରେ ହାଜର ହୋଇଥିଲେ। କେଜ୍ରିୱାଲଙ୍କ ବିରୁଦ୍ଧରେ ଦୁଇଟି ଅଭିଯୋଗ କରିଥିଲା ଇଡି। କେଜ୍ରିୱାଲ ବାବମ୍ବାର ସମନ ଏଡାଇ ଚାଲିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲା କେଦ୍ରୀୟ ତଦନ୍ତକାରୀ ସଂସ୍ଥା।

Advertisment

ଗତକାଲି ରାଉଜ୍ ଆଭେନ୍ୟୁ କୋର୍ଟ ଏ ଉପରେ ବିଚାର କରିଥିଲେ। ଶୁଣାଣି ସମୟରେ କେଜ୍ରିୱାଲ ଇଡିରେ ହାଜର ନ ହେବାକୁ ନେଇ କାରଣ ଦର୍ଶାଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ତାଙ୍କୁ ଆଗୁଆ ବେଲ୍ ଦେଇଛନ୍ତି। କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲା ଉପରେ ଜେରା ପାଇଁ କେଜ୍ରିୱାଲଙ୍କୁ ପୁନର୍ବାର ସମନ ପଠାଇଛି।

Arvind Kejriwal Ed Enforcement Directorate Delhi Liquor Policy Case Summon To Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe